କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ରୋକିବାକୁ ଘୁଞ୍ଚିଲା ପରୀକ୍ଷା । ସ୍ଥଗିତ ରହିଲା ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା । ମାର୍ଚ୍ଚ ୩୧ ତାରିଖ ପରେ ବୋର୍ଡ ନେବ ନିଷ୍ପତ୍ତି । ଶିକ୍ଷକମାନେ ସ୍କୁଲ ନଆସି ଘରେ ରହିବେ ।  ଆବଶ୍ୟକ ପଡିଲେ ସ୍କୁଲ ଆସିବା ପାଇଁ ନିର୍ଦ୍ଦେଶମାନା ଜାରି କରାଯାଇଛି ।

ପ୍ରଥମେ ଜୀବନ ତାପରେ ପରୀକ୍ଷା । ଏଭଳି ଚିନ୍ତା କରିଛନ୍ତି ସିବିଏସଇ ଓ ଆଇସିଏସଇ ବୋର୍ଡ । କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପରୀକ୍ଷା ବାତିଲ କରିଛନ୍ତି ଉଭୟ ବୋର୍ଡ । ସିବିଏସଇର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଗୋଟିଏ ବିଷୟ ପରୀକ୍ଷା ବାକି ଥିବାବେଳେ ଆଉ ପରୀକ୍ଷା ହେବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି । ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ । ଏକାଦଶ ଶ୍ରେଣୀର ଗୋଟିଏ ବିଷୟ ପରୀକ୍ଷା ବାକି ଥିବାବେଳେ ୩୧ ତାରିଖ ପରେ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଆଇସିଏସଇ ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରିଛି ବୋର୍ଡ ।

କୋରନା ଭାଇରସର ମୁକାବିଲା କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ନିଷ୍ପତ୍ତି ନେଇଥିବାବେଳେ ଏବେ ଉଭୟ ବୋର୍ଡର ଏହି ନିଷ୍ପତ୍ତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆଶ୍ୱାସନା ଦେଇଛି ।  ଘରେ ରହି ଏବେ ପାଠ ପଢିବା ପାଇଁ ନିଷ୍ପତ୍ତି ନେଲେଣି ଛାତ୍ରଛାତ୍ରୀ ।  ତେବେ ଅବଶିଷ୍ଟ ପରୀକ୍ଷାର ବହୁ ଦିନ ପୂର୍ବରୁ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସୂଚନା ଦେଇଛି ।

Leave a Reply