କୋଭିଡ ପାଇଁ କେନ୍ଦ୍ରର ନିଷ୍ପତି, ବାତିଲ ହେଲା CBSE ବୋର୍ଡ ପରୀକ୍ଷା

1 min read

ନୂଆଦିଲ୍ଲୀ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ସିବିଏସଇ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି ଭାରତ ସରକାର । ଦଶମ ପରୀକ୍ଷା ବାତିଲ କରାଯାଇଥିବାବେଳେ ଦ୍ବାଦଶ ଶ୍ରେଣୀ ପାଇଁ ହେବାକୁ ଥିବା ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ସ୍ଥିତି ସୁଧୁରିବୀ ପରେ ଏନେଇ ନିଷ୍ପତି ନିଆଯିବ  । ପରବର୍ତ୍ତୀ ସମୀକ୍ଷା ବୈଠକ ଆସନ୍ତା ଜୁନ ୧ ତାରିଖରେ ବସିବ  । ତଦନୁଯାୟୀ ପରୀକ୍ଷା ହେବା ନେଇ କେନ୍ଦ୍ର ସରକାର ନିଷ୍ପତି ନେବେ ବୋଲି ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କ  ।

ଦେଶରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ବୋର୍ଡ୍ ପରିକ୍ଷାକୁ ବାତିଲ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଶିକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ ୧ ତାରିଖରେ ପୁନର୍ବାର ସମୀକ୍ଷା ବୈଠକ ବସିବ । ବୈଠକରେ ନିଷ୍ପତି ମୁତାବକ ପରୀକ୍ଷା ହେବା, ନହେବା ନେଇ ଜଣାଇ ଦିଆଯିବ ବୋଲି କୁହାଯାଇଛି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଯେବେ ମଧ୍ୟ ତାରିଖ ଘୋଷଣା କରାଯିବ ପରୀକ୍ଷାର ୧୫ ଦିନ ପୂର୍ବରୁ ଜଣାଇଦିଆଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମେ ୪ତାରିଖରୁ ୧୪ ପର୍ଯ୍ୟନ୍ତ ସିବିଏସଇର ଦଶମ ଶ୍ରେଣୀ ପରିକ୍ଷା ହେବାର ଥିଲା । ପରିକ୍ଷା ନକରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା । ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା । ବୈଠକରେ ପରୀକ୍ଷା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଦୈନିକ ଦେଢ ଲକ୍ଷ ପାର କରିଛି । ଯେଉଁଥିପାଇଁ ମଧ୍ୟପ୍ରଦେଶ ଭଳି ରାଜ୍ୟ ଦଶମ ଶ୍ରେଣୀ ପରିକ୍ଷାକୁ ବାତିଲ କରିଦେଇଥିଲା ।

Leave a Reply