ସିଡ଼ିଏସ୍ ଏବଂ ବାୟୁସେନା ମୁଖ୍ୟଙ୍କ ଭିତରେ ମତପ୍ରାର୍ଥକ୍ୟ, ଏମିତି କହିଲେ ଭଦୌରିଆ

ନୂଆଦିଲ୍ଲୀ: ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସକୁ ନେଇ ବିବାଦ । ଚିଫ ଅଫ ଡିଫେନ୍ସ ଷ୍ଟାଫ ଓ ବାୟୁସେନା ମଧ୍ୟରେ ମତପାର୍ଥକ୍ୟ । ସିଡିଏସ ଜେନରାଲ ବିପିନ ରାଓ୍ବତଙ୍କ ମନ୍ତବ୍ୟରେ ନାରାଜ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଆର.କେ. ଏସ. ଭଦୌରିଆ । ବାୟୁସେନା ଏକ ସହାୟକ ବାହିନୀ ବା ସପୋର୍ଟ ଆର୍ମ ବୋଲି ଜେନେରାଲ ରାଓ୍ବତ କହିବା ପରେ ଏହାକୁ ଗ୍ରହଣ କରିବାକୁ ନାରାଜ ଭଦୌରିଆ । କହିଛନ୍ତି ବାୟୁସେନା ଏକ ସହାୟକ ସଂଗଠନ ନୁହେଁ । ଏହାର ଭୂମିକା ବିଶାଳ । ଗ୍ଲୋବାଲ କାଉଣ୍ଟର ଟେରରିଜିମ୍ କାଉନସିଲର ଏକ ସମ୍ମିଳନୀରେ ଜେନରାଲ ରାଓ୍ବତ କହିଥିଲେ, ସ୍ଥଳସେନାକୁ ବାୟୁସେନା ସହାୟତା କରିଥାଏ ଏବଂ ସୈନ୍ୟବାହିନୀ ଲାଗି ବାୟୁସେନା ଏକ ସହାୟକ ବାହିନୀ ଭାବେ କାର୍ଯ୍ୟ କରିଥାଏ ।

ବାୟୁସେନାର ଏୟାର ଡିଫେନ୍ସ ସିଷ୍ଟମ ସ୍ଥଳ ସେନା ଲାଗି ସହାୟକ ହୋଇଥାଏ । ସେପଟେ ସେହି ସମ୍ମିଳନୀରେ ଯୋଗ ଦେଇଥିବା ମାର୍ଶାଲ ଭଦୌରିଆ ଏହି ବିବୃତିକୁ ସମାଲୋଚନା କରିଛନ୍ତି । ସମନ୍ବିତ ଯୁଦ୍ଧ କ୍ଷେତ୍ରରେ ବାୟୁସେନା ପ୍ରମୁଖ ଭୂମିକା ଗ୍ରହଣ କରେ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ବିଭିନ୍ନ ସାମରିକ ସଂଘାତର ପ୍ରକୃତି ଓ ପ୍ରକ୍ରିୟା ବଦଳୁଥିବାରୁ ପ୍ରତିରକ୍ଷା ବ୍ୟବସ୍ଥାର ମଧ୍ୟ ପରିବର୍ତ୍ତନ ଉପରେ ଗୁରୁତ୍ବ ଦେଇଛନ୍ତା ଜେନରାଲ ରାଓ୍ବତ । ଇଣ୍ଟିଗ୍ରେଟେଡ ଥିଏଟର କମାଣ୍ଡସ ପ୍ରସ୍ତାବ ଅନୁସାରେ ଏକ ମାରିଟାଇମ ଥିଏଟର କମାଣ୍ଡସ, ଏକ ଏୟାର ଡିଫେନ୍ସ କମାଣ୍ଡ ଓ ପଶ୍ଚିମାଞ୍ଚଳ ସୀମାନ୍ତ ସକାଶେ ତିନିଟି କମାଣ୍ଡ ଓ ଜାମ୍ମୁ କାଶ୍ମୀର ଲାଗି ଏକ କମାଣ୍ଡ ଗଠନ ହେବ ।

ଏ ସମସ୍ତ କମାଣ୍ଡ ସିଡିଏସଙ୍କ ନିକଟରେ ଉତ୍ତରଦାୟୀ ରହିବେ । ଏହା ସହ ଦେଶର ଏୟାରସ୍ପେସ ବ୍ୟବସ୍ଥାକୁ ଏହି କମାଣ୍ଡ ପରିଚାଳନା କରିବ । ବାୟୁସେନାଙ୍କୁ ଯଦି ବିଭକ୍ତ କରିଦିଆଯାଏ ତେବେ ଏହାର ସମସ୍ତ ଆସେଟ ବି ବିଭକ୍ତ ହେବ । ଥିଏଟର କମାଣ୍ଡସ ପ୍ରସ୍ତାବ ଅନୁସାରେ ସେନା, ନୌସେନା ଓ ବାୟୁସେନାର ଭିନ୍ନ ଭିନ୍ନ ୟୁନିଟ ରହିବ ଯାହାକି ନିର୍ଦ୍ଦିଷ୍ଟ ଭୌଗଳିକ ସମୀନ୍ତରେ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ତିନି ବାହିନୀର ୧୭ଟି କମାଣ୍ଡ ରହିଛି । ସେନାର ୭ଟି, ବାୟୁସେନାର ୭ଟି ଓ ନୌସେନାର ୩ଟି କମାଣ୍ଡ ରହିଛି । ତିନି ବାହିନୀ ମଧ୍ୟରେ ସମନ୍ବୟ ଆଣିବା ଲାଗି ଗତ ବର୍ଷ ପ୍ରତିରକ୍ଷା ବାହିନୀ ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ଜେନରାଲ ରାଓ୍ବତ ।

Leave a Reply