ବ୍ରହ୍ମପୁର ଏମକେସିଜି ମେଡିକାଲରେ ପୁଣି ଅଘଟଣ, ଆଜି ବି ଖସିଲା ସିଲିଂ

ବ୍ରହ୍ମପୁର: ବ୍ରହ୍ମପୁରଏମକେସିଜି ମେଡିକାଲରେ ପୁଣି ଅଘଟଣ । ଆଜି ବି ପୁଣି ଖସିଲା କୋଠାର ସିଲିଂ । ସୁପର ସ୍ପେଶିଆଲିଟି ବ୍ଲକର ତୃତୀୟ ମହଲାରୁ ଖସିଛି ସିଲିଂ । ଗତକାଲି ଏହି ବ୍ଲକର ପଞ୍ଚମ ମହଲାରେ ସିଲିଂ ଖସିଥିଲା । ପୂର୍ବରୁ ଏହି ୱାର୍ଡର ୟୁରୋଲୋଜି ଓ୍ବାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା । ଏବେ ପୁଣି ଥରେ ସିଲିଂ ଖସିବାରୁ ମେଡିକାଲ ତିଆରି ନେଇ ଉଠିଲା ପ୍ରଶ୍ନବାଚୀ।

ତେବେ ଏହି ସିଲିଂ ଖସିବା ଫଳରେ କିଛି  ଅଘଟଣ ହୋଇନାହିଁ । ସେହି ସ୍ଥାନରେ କେହି ରୋଗୀ କି ତାଙ୍କ ସମ୍ପର୍କୀୟ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ ।  କିଛିଦିନ ପୂର୍ବରୁ ଏହି ମେଡିକାଲର ଚତୁର୍ଥ ମହଲାରେ ମଧ୍ୟ ସିଲିଂ ଖସିଥିଲା। କେବଳ ଏତିକି ନୁହେଁ ଚତୁର୍ଥ ମହଲାରେ ପୂର୍ବରୁ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା। ତେବେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।