spot_img

Latest Posts

ଟଲିଉଡ୍‌ ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ହାଇଦ୍ରାବାଦ: ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ । ଟଲିଉଡର ଜଣାଶୁଣା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ ବେଡ୍‌ରୁମ୍‌ରୁ ଗୋଟିଏ ବୋତଲ କାର୍ବନ ମନୋକ୍ସାଇଡ ମିଳିଥିବା ବେଳେ ଏହାକୁ ଶୁଙ୍ଘିଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

Celebrity fashion designer Prathyusha Garimella found dead in Banjara Hills  apartment - Lifestyle News

ଶବ ବ୍ୟବଚ୍ଛେଦ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଇଛି। ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ଏବେ ହଠାତ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଚର୍ଚ୍ଚା ମୁତାବକ ପ୍ରତ୍ୟୁଷା ଅବସାଦଗ୍ରସ୍ତ ଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ଏହି ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: କ୍ରସ ଭୋଟିଂ ପାଇଁ ଦଳରୁ ବିଦା ହେଲେ କଂଗ୍ରେସ ବିଧାୟକ କୁଲଦୀପ

Latest Posts

Don't Miss