spot_img

Latest Posts

ବଜାରରେ ବଢିଛି ସିମେଣ୍ଟ ଦର

ଭୁବନେଶ୍ବର: ଗ୍ରାହକଙ୍କ ଉପରେ ମହଙ୍ଗାମାଡ । ଏବେ ଘର ତୋଲିବା ହେବ କଷ୍ଟ । ବଜାରରେ ବଢିଛି ସିମେଣ୍ଟ ଦର । ବର୍ଷକ ମଧ୍ୟରେ ୨୦% ମହଙ୍ଗା ହୋଇଛି ସିମେଣ୍ଟ । କଞ୍ଚାମାଲ ବାହାନା ଦେଖାଇ ସିମେଣ୍ଟ ଦର ବୃଦ୍ଧି କରୁଛନ୍ତି ନିର୍ମାତା । ସିମେଣ୍ଟ ପ୍ୟାକେଟ୍ ପିଛା ମୂଲ୍ୟ ୬୦ ଟଙ୍କାକୁ ବୃଦ୍ଧି ପାଇଛି।ଗତ ବର୍ଷ ଏକ ସିମେଣ୍ଟ ପ୍ୟାକେଟର ହାରାହାରି ମୂଲ୍ୟ ୩୧୮ ଟଙ୍କା ରହିଥିଲା ବେଳେ ବର୍ତ୍ତମାନ ୩୯୦ ଟଙ୍କାରେ ପହଞ୍ଚିଛି।ଏଥି ସହିତ ରାଜଧାନୀ ଭୁବନେଶ୍ବରରେ ଡାଲମିଆ ସିମେଣ୍ଟ ପ୍ୟାକେଟ୍ ପିଛା ୩୮୫ରୁ ୩୯୦ ଟଙ୍କାରେ ପହଞ୍ଚିଛି, ଯାହା ମାସକ ତଳେ ୩୩୦ ଯଙ୍କା ରହିଥିଲା ।

ସେହିପରି ଅଲଟ୍ରାଟେକ୍ ସୁପରର ମୂଲ୍ୟ ପ୍ୟାକେଟ୍ ପିଛା ୩୭୦ ଟଙ୍କାରୁ ୪୩୦ ଟଙ୍କାରେ ପହଞ୍ଚିଛି। ଅପରପେକ୍ଷ ଏସିସି ସିମେଣ୍ଟ ମୂଲ୍ୟ ପ୍ୟାକେଟ୍ ପିଛା ୩୩୦ ଟଙ୍କାରୁ ୩୯୦ ଟଙ୍କାରେ ପହଞ୍ଚିଛି। ଅପରପକ୍ଷେ ସିମେଣ୍ଟ କମ୍ପାନୀଗୁଡିକ ବିରୁଦ୍ଧରେ ଏକ ବଡ଼ ଅଭିଯୋଗ ଆସିଛି। ସିମେଣ୍ଟ ନିର୍ମାତା ସେମାନଙ୍କର ଉତ୍ପାଦନ କ୍ଷମତାକୁ ପୂର୍ଣ୍ଣ ଉପଯୋଗ କରୁନାହିଁନ୍ତି। କମ୍ପାନୀ ସେମାନଙ୍କର ଉତ୍ପାଦନ କ୍ଷମତାର ମାତ୍ର ୬୫ ପ୍ରତିଶତ ହଁ ବ୍ୟବହାର କରୁଛନ୍ତି।  ୨୦୨୩-୨୪ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକ ଘୋଷିତ ଫଳାଫଳ ଅନୁଯାୟୀ କମ୍ପାନୀଗୁଡିକର ଲାଭାଂଶରେ ୧୮% ବୃଦ୍ଧି ହୋଇଛି ।

Latest Posts

Don't Miss