spot_img

Latest Posts

କେନ୍ଦ୍ରୀୟ ସଂସ୍ଥା IIMC ଢେଙ୍କାନାଳକୁ କେନ୍ଦ୍ରର ଘୋର ଅବହେଳା

ଢେଙ୍କାନାଳ : ନାହିଁ ନାହିଁରେ ଚାଲିଛି ଆଇଆଇଏମସି  । କେନ୍ଦ୍ରୀୟ ସଂସ୍ଥାକୁ କେନ୍ଦ୍ରର ଘୋର ଅବହେଳା  । ଆସୋସିଏଟ୍ ଓ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି। ନାହାନ୍ତି ୩ ଏକାଡେମିକ ଆସୋସିଏଟ୍। ବନ୍ଦ ହେବା ସ୍ଥିତିରେ ଆଇଆଇଏମସି ଢେଙ୍କାନାଳ। କେନ୍ଦ୍ର ସରକାରଙ୍କ ଅବହେଳାରୁ ବିପର୍ଯ୍ୟସ୍ତ ଶିକ୍ଷାଦାନ।… ଗୁଣାତ୍ମକ ସାମ୍ବାଦିକତା ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ୧୯୯୩ ମସିହାରେ ଢେଙ୍କାନାଳରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଖୋଲିଥିଲା ଆଇଆଇଏମସିର ଶାଖା। ଦିନ ଥିଲା ଏଠାରେ ସିଟ ପାଇଁ ଛାତ୍ରଛାତ୍ରୀଙ୍କର ଲାଇନ୍ ଲାଗୁଥିଲା। ଏବେ ପୂରଣ ହେଉନି ସିଟ୍। ଅନ୍ୟ ବିଶ୍ବବିଦ୍ୟାଳୟ ମୁହାଁ ଛାତ୍ରଛାତ୍ରୀ। ଗତ କିଛିବର୍ଷ ହେଲା ଅନୁଷ୍ଠାନରେ ଶିକ୍ଷାଦାନ ବ୍ୟବସ୍ଥା ଉଜୁଡ଼ି ଯାଇଛି। ଫଳରେ ଦିଲ୍ଲୀ ପରେ ଦ୍ୱିତୀୟ କ୍ୟାମ୍ପସ୍ ଭାବେ ପ୍ରତିଷ୍ଠିତ ହୋଇଥିବା ଢେଙ୍କାନାଳ ଆଇଆଇଏମ୍ସି ଏବେ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏସମ୍ପର୍କରେ ସମୀକ୍ଷା କରୁନଥିବାରୁ ଶିକ୍ଷାନୁଷ୍ଠାନ ରସାତଳଗାମୀ ହେଉଥିବା ଅଭିଯୋଗ ହୋଇଛି ।

ଦିଲ୍ଲୀ ପରେ ଢେଙ୍କାନାଳରେ ଖୋଲିଥିଲା ଆଇଆଇଏମସିର ଦ୍ବିତୀୟ ଶାଖା। ପ୍ରଥମେ କେବଳ ଇଂରାଜୀ ସାମ୍ବାଦିକତାର ଶିକ୍ଷା ଦିଆଯାଉଥିଲା। ପରେ ୨୦୦୧-୦୨ରେ ଓଡିଆ ବିଭାଗରେ ପାଠ୍ୟକ୍ରମ ଆରମ୍ଭ ହେଲା। ସେହି ସମୟରେ ଜଣେ ମୁଖ୍ୟ ପ୍ରଫେସର, ଜଣେ ଆସୋସିଏଟ୍ ପ୍ରଫେସର ଏବଂ ଅନ୍ୟଜଣେ ପ୍ରଫେସର ନିଯୁକ୍ତି ପାଇଥିଲେ। ଅତିଥି ଅଧ୍ୟାପକ ମାନେ ମଧ୍ୟ ଆସି ପାଠ ପଢାଉଥିଲେ। ବିଭିନ୍ନ ଗଣମାଧ୍ୟମର ସମ୍ପାଦକ, ସାମ୍ବାଦିକତା କ୍ଷେତ୍ରରେ ରାଜ୍ୟ ଓ ଜାତୀୟସ୍ତରରେ ପ୍ରମୁଖ ଯୋଗଦାନ ଥିବା ବ୍ୟକ୍ତି ବିଶେଷ, ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରମୁଖ ଅନୁଷ୍ଠାନକୁ ଆସି ପଢାଉଥିଲେ । କିନ୍ତୁ ଏବେ  ଚିତ୍ର ଭିନ୍ନ । ଜଣେ ନିର୍ଦ୍ଦେଶକଙ୍କୁ ଛାଡିଦେଲେ ଇଂରାଜୀ ଓ ଓଡିଆରେ ପାଠ ପଢାଇବା ପାଇଁ ଅଧ୍ୟାପକ ନାହାନ୍ତି । ଠିକା ଅଧ୍ୟାପକ ମଧ୍ୟ ନିଯୁକ୍ତି ହେଉନି। ଫଳରେ ଇଂରାଜୀ ବିଭାଗର ୬୫ଟି ସିଟ୍ ପୂରଣ ହୋଇ ପାରିନଥିବା ବେଳେ ଓଡିଆ ବିଭାଗରେ ୧୦ଟି ସିଟ୍ ଖାଲି ପଡିଛି। ସେହିପରି ପିଜି ପାଠ୍ୟକ୍ରମ ଖୋଲିବା ପାଇଁ ସମସ୍ତ ଭିତ୍ତିଭୂମି ଓ ବ୍ୟବସ୍ଥା ଥିଲେ ମଧ୍ୟ ଏହା ଖୋଲିପାରୁନି। ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିବା  ସଂସ୍ଥାନର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Latest Posts

Don't Miss