spot_img

Latest Posts

କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଛନ୍ତି : ସାଂସଦ ମମତା ମହାନ୍ତ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସୁଦ୍ଧା ମୁଖ୍ଯମନ୍ତ୍ରୀ ସଂଖ୍ଯା ଗରିଷ୍ଠତା ହାସଲ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ପାଇଁ  ପ୍ରଧାନମନ୍ତ୍ରୀ, ବିଭିନ୍ନ ରାଜ୍ଯର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସୁଛନ୍ତି। ସେମାନେ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ରାଜ୍ଯବାସୀ ସେସବୁ ଜାଣି ସାରିଛନ୍ତି ବୋଲି କହିଛନ୍ତି ବିଜେଡି ସାଂସଦ ମମତା ମହାନ୍ତ । ସେ କହିଛନ୍ତି- କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଅବହେଳା କରିଛନ୍ତି। ରେଳବାଇ କ୍ଷେତ୍ରରେ ରାଜ୍ଯ ବାରମ୍ବାର ଅବହେଳିତ ହୋଇଆସିଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଠାରୁ ଓଡ଼ିଶା ରେଳ ସାନ୍ଧ୍ରତାରେ କମ୍। ରାଜ୍ଯରୁ କୋଟି କୋଟି ଟଙ୍କା କେନ୍ଦ୍ର ସରକାର ରେଳ ରାଜସ୍ବ ବାବଦରେ ପାଉଥିବା ସତ୍ତ୍ବେ ୭ ଜିଲ୍ଲା ରେଳ ସୁବିଧାରୁ ବଞ୍ଚିତ। ବାରିପଦାରୁ କୋଲକାତା ସିଧା ଟ୍ରେନ ନାହିଁ। ରୁପ୍ସାରେ ଇଂଜିନ ବଦଳାଇବା ଲାଗି ଏକ ଘଣ୍ଟା ବିଳମ୍ବ ହେଉଛି। ପୁରୀ ଯାଏଁ ସିଧା ଟ୍ରେନ ନାହିଁ। ସୋନପୁର ସାଲିମର ୭ ଦିନ ଯାଉନାହିଁ।  ବାଙ୍ଗିରିପୋଷି ଘାଟି ପ୍ରଶସ୍ତ ନ କରିବାରୁ ରାଜ୍ୟ ସରକାର ବିକଳ୍ପ ରାସ୍ତା କରୁଛନ୍ତି। ରାଇରଙ୍ଗପୁର ବାଇପାସ ଦାବି ଵି ଶୁଣୁନି କେନ୍ଦ୍ର। ଓଡ଼ିଶା ଜନସଂଖ୍ୟାର ୨୨.୮୫ ପ୍ରତିଶତ ଲୋକ ଆଦିବାସୀ। ହେଲେ ସେମାନଙ୍କ ଲାଗି କେନ୍ଦ୍ର ସରକାର କୌଣସି ବ୍ଯବସ୍ଥା କରୁନାହାନ୍ତି। ହୋ, ଭୂମିଜ, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ମିଳିନାହିଁ। ପ୍ରଥମ ରାଜ୍ୟ ଭାବେ ୨୩ ଜିଲ୍ଲାରେ ଏସଡିସି କରିଛନ୍ତି ରାଜ୍ୟ ସରକାର। ମୟୂରଭଞ୍ଜ ଠାରେ ଆଦିବାସୀ ବିଶ୍ୱବିଦ୍ୟାଳୟ ଦାବି ଵି ପୂରଣ ହେଉନି। ଉପକୂଳ ରାଜପଥ ନ ହେବାରୁ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେଉଛି। ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀ ହେଲେ ଵି ମୟୂରଭଞ୍ଜ ସମସ୍ୟା ସମାଧାନ କରି ନାହାନ୍ତି। ସେଥିଲାଗି ବିଜେପି ତାଙ୍କୁ ଟିକେଟ ଦେଲାନି। ଉଡାଣ ଯୋଜନାରେ ମୟୂରଭଞ୍ଜକୁ ସାମିଲ ପାଇଁ ଦାବି ହେଉଛି। ହେଲେ ଜିଲ୍ଲା ବଞ୍ଚିତ ହେଉଛି। ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି। ସେ  ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି ସାଂସଦ ମମତା।

Latest Posts

Don't Miss