spot_img

Latest Posts

କରୋନା ମୁକାବିଲା ପାଇଁ ପ୍ରସ୍ତୁତ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତକୁ ଘାଇଲା କଲାଣି ମହାମାରୀ କରୋନା । ୭୩ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଏମାନଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ଫେରନ୍ତା । ତେବେ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି କେନ୍ଦ୍ର ସରକାର । ସବୁ ରାଜ୍ୟକୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଖୁବ୍‌ଶୀଘ୍ର କରୋନା କାବୁରେ ଆସିବ ବୋଲି ଆଶା କରାଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କେବଳ ନାଗରିକ ନୁହଁନ୍ତି ମନ୍ତ୍ରୀଙ୍କ ବିଦେଶ ଗସ୍ତରେ ବି ଲାଗିଛି ରୋକ୍‌। ସେପଟେ ରାଜ୍ୟ ସରକାର ବି କରୋନାର କାୟାକୁ ଦେଖି ସଜାଗ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍ୱଚ୍ଛ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ୍‌ ଜାରି କରିବେ ରାଜ୍ୟ ସରକାର।

ଭାରତକୁ ମାଡ଼ି ଆସୁଛି ମହାମାରୀ। ଆୟତ୍ତ ହେଉନି ଆକ୍ରାନ୍ତଙ୍କ ସଂଖ୍ୟା । କରୋନା କବ୍‌ଜାରେ ୧୦ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳ। ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଇଟାଲୀ ଫେରନ୍ତା । ସେମାନଙ୍କୁ ବିଭିନ୍ନ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସବୁ ରାଜ୍ୟକୁ ସ୍ୱାସ୍ଥ୍ୟମନ୍ତ୍ର।ଳୟ ଗାଇଡ୍‌ ଲାଇନ୍‌ ଜାରି କରିଛି।

ପ୍ରତ୍ୟେକ ଦିନ ସଂଧ୍ୟାରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା ଚାଲିଛି। ସାରା ଦେଶରେ ଏବେ ୫୨ଟି କରୋନା ଟେଷ୍ଟିଂ ସେଣ୍ଟର ଏବଂ ୫୬ଟି ସାମ୍ପଲ କଲେକସନ୍‌ ସେଣ୍ଟର ଖୋଲାଯାଇଛି । ସେପଟେ ଇଟାଲୀ ଓ ଇରାନରେ ଫସି ରହିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। କରୋନା ଭୟରେ ଭାରତ ଅନ୍ୟ ଦେଶ ସହ ସମ୍ପର୍କ ଛିନ୍ନ କରିଛି । ଏପ୍ରିଲ ୧୫ ପର୍ଯ୍ୟନ୍ତ ଦେଶକୁ କୈାଣସି ବିଦେଶୀ ପ୍ରବେଶ କରିପାରିବେ ନାହିଁ ବିଜ୍ଞପ୍ତି ଜାରି କରିଛନ୍ତି କେନ୍ଦ୍ର ସରକାରା

 

ସେପଟେ ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ତୟାର। ସ୍ୱଚ୍ଛ ରହିବା ପାଇଁ  ସ୍କୁଲରେ ସଚେତନତା। ନିଜେ ମନ୍ତ୍ରୀ ବୁଲିଛନ୍ତି ସ୍କୁଲ୍‌। ପିଲାଙ୍କୁ ବାଣ୍ଟିଛନ୍ତି ପେପର୍‌ ସୋପ୍‌। ଖୁବ୍‌ଶୀଘ୍ର ପର୍ଯ୍ୟଟନ ବିଭାଗ ବି ଆଡ୍‌ଭାଇଜରି ଜାରି କରିବ । ପର୍ଯ୍ୟଟକଙ୍କୁ ନିଜ ଆଡୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ସେପଟେ ଚୀନରେ ଆୟତକୁ ଆସିଲାଣି ଭାଇରସ୍‌ । ଦିନକୁ ୧୦ରୁ କମ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ ହେଉଛନ୍ତି। ଉହାନ ସହରରେ କିନ୍ତୁ ସ୍ଥିତି କିଛି ସୁଧୁରିନି । ବଡ଼ ବଡ଼ ସହରକୁ ଲୋକେ ଏବେ ଫେରିଲେଣି । ସପିଂ ମଲ, ସିନେମା ହଲରେ ବୁଧବାର ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା।

 

Latest Posts

Don't Miss