କେନ୍ଦ୍ର ସରକାର ଚୋରି କରିବାରେ ଧୂରନ୍ଧର : ନରସିଂହ ମିଶ୍ର

1 min read

ବଲାଙ୍ଗୀରି : କେନ୍ଦ୍ର ସରକାର ଚୋରି କରିବାରେ ଧୂରନ୍ଧର I ନିର୍ବାଚନ ପୂର୍ବରୁ ଲୋକଙ୍କୁ କେନ୍ଦ୍ର ସରକାର ଯେଉଁ ଗ୍ୟାରେଣ୍ଟି ଦେଇଛନ୍ତି ତାହା ହାସ୍ୟାସ୍ପଦ I କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁନାହାଁନ୍ତି। ଶିଳ୍ପପତିମାନଙ୍କ ପାଇଁ କାମ କରୁଛନ୍ତି I ପୂର୍ବ ନିର୍ବାଚନରେ ମଧ୍ଯ କେନ୍ଦ୍ର ସରକାର ଗ୍ୟାରେଣ୍ଟି ଦେଇଥିଲେ । ହେଲେ କେତେ କାମ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଯାହା ଗ୍ୟାରେଣ୍ଟି ଦିଏ ତାହା କରିକି ଦେଖାଏ I କଂଗ୍ରେସ ସରକାରକୁ ଆସିଲେ ଯାହା ଗ୍ୟାରେଣ୍ଟି ଦେଇଛି ଗୋଟି ଗୋଟି କରି ପୂରଣ କରାଯିବ ବୋଲି ନରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି I କେନ୍ଦ୍ର ସରକାର ଗତ ୧୦ ବର୍ଷ ଭିତରେ ଅନେକ ଆଇନ ଆଣିଛନ୍ତି I ଅନେକ ଶିଳ୍ପସଂସ୍ଥା ଉପରେ ଇଡି, ସିବିଆଇ ରେଡ କରିଛନ୍ତି କିନ୍ତୁ ପାର୍ଟି ଚାନ୍ଦା ମିଳିବା ପରେ ରଫାଦଫା ହୋଇଯାଇଛି I

କେନ୍ଦ୍ର ସରକାର ଚୋରି କରିବା ପାଇଁ ୨୦୧୮ ମସିହାରେ ଇଲେକ୍ଟୋରାଲ ବଣ୍ଡ ନେଇ ଆଇନ ଆଣିଥିଲେ I ଯାହାକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିଲେ I ଏବେ କିଏ କେତେ ଟଙ୍କା ରାଜନୈତିକ ଦଳ ଗୁଡିକୁ ଚାନ୍ଦା ଦେଇଛନ୍ତି ତାହା ସାର୍ବଜନୀନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ I ବିଜେପି ୧୨ ହଜାର କୋଟି ଟଙ୍କା ପାଇଛି I ଦେଶର ସମସ୍ତ ରାଜନୈତିକ ଦଳ ଯେତେ ଟଙ୍କା ପାଇଛନ୍ତି ଏକା ବିଜେପି ତାଠୁ ଅଧିକ ଟଙ୍କା ପାଇଛି ବୋଲି କହିଛନ୍ତି ନରସିଂହ  ମିଶ୍ର I