ଦିନକୁ ଟିକା ନେବେ ଏକ କୋଟି ଲୋକ, ସିଙ୍ଗଲ ଡୋଜ ହୋଇପାରେ କୋଭିସିଲଡ୍

1 min read

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଚାଲିଛି । କିନ୍ତୁ ୧୮ରୁ ୪୪ ବର୍ଷ ବୟସର ଟିକାକରଣ ଏକପ୍ରକାର ବନ୍ଦ ହୋଇଯାଇଛି । ଏହାର ପ୍ରମୁଖ କାରଣ ଏହା କୁହାଯାଇପାରେ, ଟିକା ଅଭାବ । ନିହାତି ଯୁକ୍ତି ଯୁକ୍ତ ପ୍ରସଙ୍ଗ ଏହା ଯେ, ଦେଶରେ ଆବଶ୍ୟକୀୟ ଟିକାର ଅଭାବ ଯୋଗୁଁ ବର୍ତ୍ତମାନ ଟିକାକରଣ ବନ୍ଦ ଅଛି । କେବଳ ୪୫ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ଲୋକଙ୍କୁ ଭ୍ୟାକସିନ ପ୍ରଦାନ କରାଯାଉଛି । କିନ୍ତୁ ସଦ୍ୟତମ ସୂଚନା ମୁତାବକ ଭାରତ ସରକାର ପ୍ରତିଦିନ ଏକ କୋଟି ଲୋକଙ୍କୁ ଟିକା ପ୍ରଦାନ କରିବା ନେଇ ଲକ୍ଷ ରଖିଛନ୍ତି ।

ଦୁଇଟି ଭ୍ୟାକସିନ୍ କୋଭାକ୍ସିନ ଏବଂ କୋଭିସିଲଡ ହିଁ ଟିକାକରଣରେ ସାମିଲ ହୋଇଛି । ସେପଟେ ଭାରତ ସରକାର ଅନେକ ବିଦେଶୀ କମ୍ପାନୀକୁ ଅନୁମତି ଦେଇଥିଲେ ସୁଦ୍ଧା ଭ୍ୟାକ୍ସିନେସନ ଆରମ୍ଭ ହୋଇନାହିଁ । ସେପଟେ ପ୍ରତିଦିନ ଏକକୋଟି ଲୋକଙ୍କୁ ଟିକା ଦେବା ନେଇ ଲକ୍ଷ ରଖିଥିବାବେଳେ ସୋହି ଅନୁପାତରେ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ପ୍ରତି ମାସରେ ୩୦ରୁ ୩୨ କୋଟି ଭ୍ୟାକ୍ସିନ ଉତ୍ପାଦନ କରିବା ଲକ୍ଷ ଧାର୍ଯ୍ୟ କରିଛନ୍ତି ସରକାର ।

ସୂଚନା ମୁତାବକ ଆସନ୍ତା ମାସରେ ଦେଶକୁ ୨୫ କୋଟି କୋଭିସିଲଡି ଟିକା ମିଳିବାକୁ ଯାଉଛି । ଏହାଛଡା ଟିକାକରଣକୁ ତ୍ୱରାନିତ କରିବା ପାଇଁ କେନ୍ଦ୍ର ସରକାର ଅନ୍ୟ ବିଦେଶୀ କମ୍ପାନୀ ଗୁଡିକ ଉପରେ ମଧ୍ୟ ନଜର ରଖିଛନ୍ତି । ଯେପରିକି ସ୍ପୁଟନିକ ଭି ଏବଂ ଅନ୍ୟ ଟିକାଗୁଡିକୁ କିପରି ଦେଶରେ ସାମିଲ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଚଳିତ ବର୍ଷ ହିଁ ବିଦେଶୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ଗୁଡିକୁ ଦେଶରେ ସାମିଲ କରାଯିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି ।

ସେପଟେ କେନ୍ଦ୍ର ସରକାର ସ୍ପୁଟନିକ-ବି ଭଳି ଗୋଟିଏ ଡୋଜ ଦେବାକୁ ସ୍ଥିର କରିଛନ୍ତି । କୋଭିସିଲଡି ଭ୍ୟାକ୍ସିନ ଭଲ କାର୍ଯ୍ୟକ୍ଷମ ହେଉଥିବାବେଳେ ଏହାକୁ ଦେଶରେ ଆଉ ଦୁଇଥର ନୁହେଁ । ଗୋଟିଏ ଥର ଦେବାକୁ ଯୋଜନା କରୁଥିବା ଜଣାପଡିଛି । ଯଦି ଏଭଳି ହୁଏ, ତେବେ ଆଗାମୀ ଦିନରେ ଭ୍ୟାକ୍ସିନେସନ ତ୍ୱରାନିତ ହେବା ସହ ଟିକାକରଣରେ ସମସ୍ୟା ସୃଷ୍ଟି ହେବ ନାହିଁ । ଏନେଇ ପରୀକ୍ଷା ମଧ୍ୟ ଜାରି ରହିଛି । ଯଦି କୋଭିସିଲଡି ଗୋଟିଏ ଡୋଜ ଦିଆଯେବେ, ତେବେ ଏହା ସେତିକି କାର୍ଯ୍ୟକାରୀ ହେବତ, ଯେତିକି ଦୁଇଟି ଜୋଡରେ ହେଉଥିଲା ।

Leave a Reply