କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ୮ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର କଡ଼ା ପଦକ୍ଷେପ । ଆଇଟି ନିୟମାବଳୀ ୨୦୨୧ ଅନୁସାରେ ୮ଟି ୟୁଟ୍ୟୁବ ନ୍ୟୁଜ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଓ ଦୁଇଟି ଫେସବୁକ ପୋଷ୍ଟକୁ ବ୍ଲକ କରିଛନ୍ତି ସରକାର । ଏହି ୮ଟି ୟୁଟ୍ୟୁବ ଚାନେଲର ମୋଟ ଦର୍ଶକ ସଂଖ୍ୟା ଥିଲେ ୧୧୪ କୋଟି । ଏହା ଚାନେଲଗୁଡିକର ସବସ୍କ୍ରାଇବର ଥିଲେ ୮୫ ଲକ୍ଷ ।

ଏହି ଚାନେଲଗୁଡିକ ମଧ୍ୟରେ ରହିଛି ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ । ଚାନେଲଗୁଡିକରେ ଭାରତୀୟ ସଶସ୍ତ୍ରବାହିନୀ, ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ବହୁଳ ଖବର ପ୍ରସାରିତ ହେଉଥିଲା । ଗତବର୍ଷ ଡିସେମ୍ବରରୁ ବର୍ତ୍ତମାନ ସୁଦ୍ଧା ୧୦୨ଟି ୟୁଟ୍ୟୁବ ଚାନେଲକୁ ବନ୍ଦ କଲେଣି ସରକାର । ନିଷିଦ୍ଧ ହୋଇଥିବା ଚାନେଲଗୁଡିକ ମଧ୍ୟରେ ରହିଛି ଲୋକତନ୍ତ୍ର ଟିଭି, ୟୁ ଆଣ୍ଡ ଟିଭି, ଏଏମ ରାଜଭି, ଗୌରବଶାଳୀ ପଓ୍ବନ, ସି ଟପ୍୫ ଟିଏଚ, ସରକାର ଅପଡେଟ, ସବକୁଛ ଦେଖୋ, ନ୍ୟୁଜ କି ଦୁନିଆ ।