ଅକ୍ଟୋବରରୁ ପ୍ରତି କା୍ରରେ ୬ଟି ଏୟାରବ୍ୟାଗକୁ କରାଯିବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବର୍ଷେ ଗଡିଲା ନିଷ୍ପତ୍ତି । ଆସନ୍ତା ବର୍ଷ ଅକ୍ଟୋବରରୁ ପ୍ରତି କା୍ରରେ ୬ଟି ଏୟାରବ୍ୟାଗକୁ କରାଯିବ ବାଧ୍ୟତାମୂଳକ । ପୂର୍ବରୁ ଚଳିତ ବର୍ଷ ଅକ୍ଟୋବରରୁ ଏହି ନିୟମ ଲାଗୁ ହେବ ବୋଲି ଘୋଷଣା କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ।

ବିଶ୍ୱ ଯୋଗାଣ ଶୃଙ୍ଖଳକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଏବଂ ନୂଆ ନିଷ୍ପତ୍ତି ଆସନ୍ତା ବର୍ଷ ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବ । ପୂର୍ବତନ ଟାଟା ଗ୍ରୁପ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇବା ପରେ ସରକାର ଏୟାରବ୍ୟାଗ ପ୍ରସଙ୍ଗରେ ସରକାର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପଛ ସିଟ୍ ବେଲ୍ଟକୁ ବାଧ୍ୟତାମୂଳକ କରିଥିଲେ ସରକାର ।