ସମଲିଙ୍ଗୀ ବିବାହ ହେଲେ ସୃଷ୍ଟି ହେବ ଏହି ସମସ୍ୟା, ବିରୋଧ କରୁଛି କେନ୍ଦ୍ର

1 min read

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ପୁଣି ବିରୋଧ । ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ନ ଦେବାକୁ ଦାବି କରିଛନ୍ତି କେନ୍ଦ୍ର ସରକାର । ଯଦି ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଏ ତେବେ ପ୍ରତି ନାଗରିକଙ୍କ ସ୍ବାର୍ଥ ଲାଗି ଏହି ଚାଲେଞ୍ଜ ସୃଷ୍ଟି କରିବ ବୋଲି କହିଛନ୍ତି ସରକାର । ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ଆସନ୍ତାକାଲିଠାରୁ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ।

ସିଜେଆଇ ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ଏସକେ କୌଲ, ରବୀନ୍ଦ୍ର ଭଟ୍ଟ, ହିମା କୋଲି ଓ ପିଏସ ନରସିହ୍ମା । ପୂର୍ବରୁ ବି ଏହି ଧରଣର ବିବାହକୁ ସ୍ବୀକୃତି ନଦେବା ଲାଗି କେନ୍ଦ୍ର ସରକାର ଯୁକ୍ତି ଦର୍ଶାଇଥିଲେ । ସରକାର କହିଥିଲେ- ଦେଶର ସମସ୍ତ ଧର୍ମରେ ବିବାହ ପରି ଏକ ବ୍ୟବସ୍ଥା ସାମାଜିକ-ଆଇନଗତ ସମ୍ପର୍କକୁ ପ୍ରତିଫଳିତ କରିଥାଏ ।