ଚନ୍ଦନେଶ୍ଵର ପୀଠରେ ଜମୁଛି ବିଶ୍ବ ପ୍ରସିଦ୍ଧ ଚଡ଼କ ଯାତ୍ରା

ଜଳେଶ୍ବର: ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଚନ୍ଦନେଶ୍ଵର ଚଡ଼କ ଯାତ୍ରା। ଚନ୍ଦନେଶ୍ଵର ପୀଠରେ ଜମିବାରେ ଲାଗିଛି ଲକ୍ଷାଧିକ ଭକ୍ତଙ୍କ ଗହଳି । ବାବାଙ୍କ ଆଶୀର୍ବାଦ ପାଇଁ ବ୍ଯାକୁଳ ଭକ୍ତ । ପ୍ରତିବର୍ଷ ଚୈତ୍ରମାସରେ ଚଡ଼କ ପର୍ବ ପାଳନ ହୋଇଥାଏ।  ଏହି ଚୈତ୍ର ମାସରେ ବାବା ଚନ୍ଦନେଶ୍ଵର ପ୍ରତ୍ୟକ୍ଷ ଭାବରେ ଅବସ୍ଥାନ କରନ୍ତି। ଏବଂ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ବିଶ୍ବାସ ରହିଛି । ୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଚଡ଼କ ଯାତ୍ରା। ଆଜି ହେଉଛି ଚତୁର୍ଥ ଅର୍ଘ୍ୟ। ଏହି ଚତୁର୍ଥ ଅର୍ଘ୍ୟରେ ୧ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହେବା। ଚଡ଼କ ଯାତ୍ରାର ମୁଖ୍ୟ ପର୍ବ ହେଉଛି ନୀଳ କାମିନା ବିବାହ, ନୀଳ ପର୍ବ, ପାଟ ପର୍ବ। ଏହି ନୀଳ ଓ ପାଟ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ରଖି ୨୧ ପ୍ଲାଟୁନ ପୋଲିସ ଫୋର୍ସ , ସିସିଟିଭି ବ୍ୟବସ୍ଥା କରାଯାଇଛି।