ସ୍ନ।ନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରବେଶ କଲେ ଦଇତାପତି… ଆଜି ଚମ୍ପକ ଦ୍ଵାଦଶୀ ପାଇଁ ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତିକାନ୍ତ

ପୁରୀ: ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ପୁରୀ ବଡଦାଣ୍ଡ । ଜୁନ୍‌ ୨୩ ତାରିଖରେ ରଥଯାତ୍ରା । ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତେବେ ସ୍ନ।ନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରବେଶ କଲେ ଦଇତାପତି । ସ୍ନ।ନପୂର୍ଣ୍ଣିମା ନୀତି ପାଇଁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ସଂଧ୍ୟା ଧୂପ ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବା ପରେ ଚାରମାଳ ବାନ୍ଧିବେ । ଏନେଇ ସାକ୍ଷୀଗୋପାଳ ସିଦ୍ଧବକୁଳରୁ ବଉଳକାଠ ଆସି ପହଞ୍ଚି ସାରିଛି । ବଉଳ କାଠକୁ ଦୋଳାବେଦୀ କୋଣରେ ରଖାଯାଇଛି ।

ସେପଟେ ଆଜି ଚମ୍ପକ ଦ୍ଵାଦଶୀ ନୀତି । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବିଶେଷ ନୀତିକାନ୍ତି । ହେଲେ ଚଳିତବର୍ଷ ବାହାର ନୁହେଁ ବରଂ ମନ୍ଦିର ଭିତରେ ଅନୁଷ୍ଠିତ ହେବ ନୀତିକାନ୍ତି । ଅନ୍ୟପଟେ ଚଳିତବର୍ଷ ବିନା ଭକ୍ତରେ ହେବ ସ୍ନ।ନଯାତ୍ରା । ସ୍ନ।ନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବେ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ହୋଇଥିବା ବୈଠକରେ ବିଧି ରକ୍ଷା ପାଇଁ ସର୍ତ୍ତମୂଳକ ନୀତିକାନ୍ତି ପାଳିବାକୁ ନିଷ୍ପତ୍ତି ହୋଇଛି । ଭକ୍ତଙ୍କୁ ବଡ ଦାଣ୍ଡକୁ ଆସିବା ଉପରେ ରୋକ୍‌ ଲଗାଇବାକୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯିବ ।

Leave a Reply