କରୋନା କଟକଣା ସହ ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା

ଭଦ୍ରକ: ବିନା ଭକ୍ତରେ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । କୋଭିଡ କଟକଣା ଅନୁଯାୟୀ ଭିତର ବେଢାରେ ହେବ ଚାପନୀତି । ଆସନ୍ତା ୧୫ରୁ ଅର୍ଥାତ ଅକ୍ଷୟତୃତୀୟା ଠାରୁ ଆରମ୍ଭ ହେବ ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା । ୨୧ଦିନ ଧରି ଚାଲିବାକୁ ଥିବା ଏହି ଚନ୍ଦନଯାତ୍ରା କରୋନା କଟକଣା ମଧ୍ୟରେ ସମ୍ପନ୍ନ ହେବ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଶିବଗଙ୍ଗା ପୁଷ୍କରିଣୀରେ ଚାପନୀତି କରାନଯାଇ ମନ୍ଦିର ଭିତର ବେଢାରେ ସୀମିତ ସେବାୟତରେ ସମ୍ପନ୍ନ ହେବ ସବୁ ନୀତିକାନ୍ତି ।

ଏନେଇ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ଲଟ୍‌କା ଜାରି କରିଛନ୍ତି । ଚନ୍ଦନଯାତ୍ରା ପ୍ରାରମ୍ଭରୁ ପ୍ରତିଦିନ ଭୋର ୪ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ, ଜଳାଭିଷେକ, ଘର୍ଷଣଲାଗି, ପହଡଖିଆନୀତି, ବଡ ଅନ୍ନନୀତିଭୋଗ ଲାଗି ହେବା ପରେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଭିତର ବେଢାର ଯଜ୍ଞମଣ୍ଡପକୁ ବିଜେ କରାଯିବ । ପରେ ରୀତିନୀତି ଅନୁଯାୟୀ ଚାପନୀତି କରାଯିବ ବୋଲି ସ୍ଥିର ହୋଇଛି ।

Leave a Reply