spot_img

Latest Posts

ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା

ବିନା ଭକ୍ତରେ ହେବ ପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ୧୫ତାରିଖରୁ ୨୨ଦିନ ଧରି ବିନ୍ଦୁ ସାଗରରେ ଚାପିଖେଳିବେ ବାବା ଲିଙ୍ଗରାଜ। ଚାପଖେଳକୁ କୋଭିଡ କଟକଣା ଅନୁଯାୟୀ କରିବାକୁ ବିଏମସିର ମନ୍ଦିର ପ୍ରଶାସନକୁ ନିର୍ଦେଶ। ୧୫ଜଣ ସେବାୟତଙ୍କୁ ନେଇ ହେବ ଯାତ୍ରା। ଗରମ ଗୁଳୁଗୁଳିରେ ଚାପିଖେଳିବେ ମହାପ୍ରଭୁ ଲିଙ୍ଗରାଜ। ଆସନ୍ତା ୧୫ତାରିଖ ଅକ୍ଷୟ ତୃତୀୟରୁ ଚାପଖେଳ ବା ଚନ୍ଦନଯାତ୍ରା ଆରମ୍ଭ ହେବ। ୨୨ଦିନ ଧରି ଚାଲିବ ଏହି ଯାତ୍ରା। ଏହା ପୂର୍ବରୁ ଲିଙ୍ଗରାଜଙ୍କ ଏହି ଯାତ୍ରା ପାଇଁ ଅନୁମତି ମିଳିଛି। କୋଭିଡ କଟକଣା ଭିତରେ ବିନା ଶ୍ରଦ୍ଧାଳୁରେ ଚାପଖେଳ କରିବାକୁ ଗାଇଡ଼ଲାଇନ ଜାରି ହୋଇଛି। ପ୍ରାୟ ୧୪ଟି ନିୟମ କରିଥିବାବେଳେ ଏହାକୁ କିଭକି କଡାକଡି ପାଳନ କରାଯିବ ସେଥିପାଇଁ ମଧ୍ୟ ନିର୍ଦେଶ ରହିଛି। ବିନା ଭକ୍ତରେ ହେବ ଯାତ୍ରା। କେହି ଭକ୍ତ ଏହି ଚାପଖେଳ ରେ ଅଂଶଗ୍ରହଣ କରିବେ ନାହିଁ କି ଦର୍ଶନ କରିବେ ନାହିଁ। ମନ୍ଦିରର ୧୫ଜଣ ସେବାୟତଙ୍କୁ ନେଇ ଚାଲିବ ଚାପଖେଳ। ମନ୍ଦିର ପ୍ରଶାସନ ପକ୍ଷରୁ ଏହି ୧୫ଜଣ ସେବାୟତଙ୍କ ନା ବିଏମସିକୁ ଦିଆଯିବ।

୧୫ଜଣଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ପରେ ଚାପଖେଳ ପାଇଁ ମିଳିବ ଅନୁମତି। ଚାପଖେଳ ପାଇଁ ବ୍ୟବହାର ହେବାକୁ ଥିବା ଡ଼ଙ୍ଗାକୁ ସମ୍ପୂର୍ଣ୍ଣ ସାନିଟାଇଜ କରାଯିବ। ଏନେଇ ମନ୍ଦିର ପ୍ରଶାସନ ବିଏମସି ସହ ଯୋଗାଯୋଗ କରି କିଭଳି ସାନିଟାଇଜ କରିବେ ସେ ବ୍ୟବସ୍ଥା କରିବେ। ପୂଜା, ଯାତ୍ରା ସମୟରେ ନୀତିକାନ୍ତିରେ ନିୟୋଜିତ ସେବାୟତ ସର୍ବଦା ମାସ୍କ ପିନ୍ଧିବେ। ଏହା ସହ ୬ଫୁଟ ଦୂରତା ମଧ୍ୟ ସମ୍ଭବତଃ ବଜାୟ ରଖିବେ। ପାନ ଗୁଟକା ଖାଇବା ଓ ଛେପ ପକାଇ ପାରିବେ ନାହିଁ କୌଣସି ସେବାୟତ। ଥର୍ମାଲ ସ୍କ୍ରିନିଂ ସାଙ୍ଗକୁ ହାତ ଧୋଇବା, ସାନିଟାଇଜ ହେବା ଉପରେ ଗୁରୁତ୍ୱ ଦେବେ। ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଥିଲେ ପୂଜାକର୍ଯ୍ୟରେ ସାମିଲ ହେବେନାହିଁ। ଏହାସହ ବାଣ, ପାଣି ପାଉଚ ସମ୍ପୂର୍ଣ୍ଣ ବାରଣ ହୋଇଛି। କେବେଳ ନୀତିକାନ୍ତି ବ୍ୟତୀତ କୌଣସି ପ୍ରକାର ମେଳା, ମହୋତ୍ସବ କି ମେଳଣ ଲାଗିବ ନାହିଁ। ଏଥିପ୍ରତି ମନ୍ଦିର ପ୍ରଶାସନ ବିଶେଷ ଧ୍ୟାନ ଦେବେ। ପୂର୍ବରୁ ବିନା ଭକ୍ତରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

Latest Posts

Don't Miss