ବଦଳିବ ଭୋଗରାଇ ଚନ୍ଦନେଶ୍ବର ପୀଠର ରୂପରେଖ, ୧୦ ଦିନରେ ପ୍ଲାନ ହେବ ପ୍ରସ୍ତୁତ

1 min read

ବାଲେଶ୍ୱର: ନୂଆ ରୂପ ପାଇବ ଭୋଗରାଇର ଚନ୍ଦନେଶ୍ବର ମନ୍ଦିର । ବଦଳିବ ଚନ୍ଦନେଶ୍ବର ମନ୍ଦିରର ରୂପରେଖ । ୧୦ ଦିନରେ ସ୍ଥାନୀୟ ବାସିନ୍ଦା, ଜନ ପ୍ରତିନିଧି ଓ ସେବାୟତମାନଙ୍କ ସହ କଥା ହୋଇ ପ୍ଲାନ୍ ପ୍ରସ୍ତୁତ କରିବେ ଜିଲ୍ଲାପାଳ । ତାପରେ ୩ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ଦିରର ଉନ୍ନତିକରଣ ପାଇଁ ଟଙ୍କା ମଞ୍ଜୁର କରିବେ ନବୀନ । ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନରେ ଭୋଗରାଇ ତାଳସାରି ପଡିଆରେ 5T ସଚିବ ଏହି ଘୋଷଣା କରିଛନ୍ତି ।

ଚାଷୀ ଓ ଚାଷ ସମ୍ପର୍କୀତ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ସେ କହିଛନ୍ତି । ମନ୍ଦିର ମସଜିଦ୍ ଓ କମ୍ୟୁନିଟି ସେଣ୍ଟର ବାବଦରେ ୭ ଦିନ ଭିତରେ ଭଲ ଖବର ପାଇବେ ବୋଲି ଲୋକଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ 5T ସଚିବ ମିଶନ ଶକ୍ତି, କେବିକେ, ସିଆରପି, ଭିଆରପି, ଆଶା, ଅଙ୍ଗନବାଡି କର୍ମୀଙ୍କ ସହ କଥା ହୋଇଛନ୍ତି ।