spot_img

Latest Posts

ଉଚ୍ଚଶିକ୍ଷା କରି ବିଦେଶ ଗଲେ, କିନ୍ତୁ ଗାଁ କୁ ଭୁଲିନାହାନ୍ତି ସପ୍ତଦୀପା

ଚଣ୍ଡିଖୋଲ: ଉଚ୍ଚ ଶିକ୍ଷା କରି ଦେଶ ବିଦେଶରେ କାମ କଲେ କିନ୍ତୁ ଗାଁକୁ ଭୁଲିନାହାନ୍ତି । ଗାଁକୁ ଛୁଟିରେ ଆସି କରୁଛନ୍ତି ସେବା । ଡାକ୍ତର ଜଣଙ୍କ ହେଉଛନ୍ତି ଯାଜପୁର ଧର୍ମଶାଳାର ସପ୍ତଦୀପା ସଙ୍ଘମିତ୍ରା ସାହୁ । ମହିଳା ଓ ଶିଶୁଙ୍କ ଚିକିତ୍ସା ସହ କରାଉଛନ୍ତି ସଚେତନ ।

ଉଚ୍ଚଶିକ୍ଷା କରି ବିଦେଶ ଗଲେ କିନ୍ତୁ ଗାଁ କୁ ଭୁଲିନାହାନ୍ତି । ଛୁଟିରେ ଘରକୁ ଆସିଥିଲେ ମଧ୍ୟ ଲୋକଙ୍କ ସେବାରେ ଲାଗିଛନ୍ତି । ଡାକ୍ତର ଜଣଙ୍କ ହେଉଛନ୍ତି ସପ୍ତଦୀପା ସଙ୍ଘମିତ୍ରା ସାହୁ। ନିଜ ଗାଁକୁ ଆସି ଚିକିତ୍ସା କରିବା ସହ ମହିଳା ଓ ଶିଶୁଙ୍କୁ କରାଉଛନ୍ତି ସଚେତନ। ଯାଜପୁର ଧର୍ମଶାଳା ଚାରବାଟିଆ ଗାଁର ସପ୍ତଦୀପା ପିଲାବେଳୁ ଡାକ୍ତର ହୋଇ ରୋଗୀ ସେବା କରିବାର ଇଚ୍ଛା ରଖିଥିଲେ। 2010 ମସିହାରେ କଟକ SCBରେ MBBS ପାଠ ପଢା ସାରି ଅଧିକ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଚାଲି ଯାଇଥିଲେ।

ସପ୍ତଦୀପା ନିଜ ଘରକୁ ଛୁଟିରେ ଆସିଥିଲେ ସୁଦ୍ଧା ନିଜ ଗାଁ ପ୍ରତି କର୍ତ୍ତବ୍ୟକୁ ଭୁଲି ନାହାନ୍ତି। ନିଜ ଅଂଚଳରେ ଥିବା ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେଉଁ ଭଲି ଭଲ ରହିବ ସେନେଇ ସଚେତନ କରାଇଛନ୍ତି । ଭବିଷ୍ୟତରେ ସେ ବିଦେଶରୁ ଫେରି ନିଜ ରାଜ୍ୟ ଓ ଗାଁ ଲୋକଙ୍କର ସେବା କରିବାର ଲକ୍ଷ୍ୟ ରଖିଛନ୍ତି।

 

Latest Posts

Don't Miss