ଆଜି ଆଉ ଏକ ପାହାଚ ଚଢ଼ିବ ଇସ୍ରୋ, ବିକ୍ରମ ଲ୍ୟାଣ୍ଡରର କରାଯିବ ଡିବୁଷ୍ଟିଂ

1 min read

ନନ୍ଦିଘୋଷ ବ୍ୟୁରୋ: ମିଶନ ଚନ୍ଦ୍ରଯାନ । ଆଉ ଏକ ପାହାଚ ଚଢିବ ଇସ୍ରୋ । ଆଜି ଲୋୟର ଅର୍ବିଟରେ କରାଯିବ ଡିବୁଷ୍ଟିଂ । ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଟରୁ ପଠାଇବ ଆବଶ୍ୟକୀୟ ସୂଚନା । ଚନ୍ଦ୍ରପୃଷ୍ଠରେ ବୁଲି କରିବ ଗବେଷଣା । ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏ କ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ । ସେପଟେ ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।