ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ : ଯୁବକଙ୍କୁ କଚାଡ଼ି ମାରିଲା..

1 min read

ନନ୍ଦିଘୋଷ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ଆଉ ଏକ ମୁଣ୍ଡ ନେଲା ଦନ୍ତା । କଣଲୋଇ ଭଗମୁଣ୍ଡା ଗାଁରେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ଦନ୍ତାହାତୀ । ମୃତକ ଜଣଙ୍କ ହେଲେ ପ୍ରସନ୍ନ ନାଏକ । ଘର ପାଖ ଜଙ୍ଗଲରେ ଆମ୍ବ ଗୋଟାଉଥିବା ବେଳେ ହାତୀ ଆକ୍ରମଣର କରିଥିଲା । ଖବରପାଇ ବନବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଦନ୍ତା ହାତୀକୁ ଘଉଡ଼ାଇଥିଲେ । ନରହନ୍ତା ଦନ୍ତା ହାତୀ ଆକ୍ରମଣରେ ୨ ମାସ ମଧ୍ୟରେ ପ୍ରାୟ ୬ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣଙ୍କର ଜୀବନ ଯାଇଛି l କିଛି ଦିନ ତଳେ ଏହି ନରହନ୍ତା ଦନ୍ତା ହାତୀଟି ଗାଁକୁ ପଶି ଏକ ବଳଦକୁ ମାରିଥିଲା । ଦୀର୍ଘ ଏକ ମାସ ହେବ ଦନ୍ତାହାତୀ କଣଲୋଇ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ବନ ବିଭାଗ ହାତୀକୁ ଘଉଡେଇବାରେ ବିଫଳ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।