ଦୁର୍ଲଭ ଜୀବ ଚୋରାଚାଲାଣ ବେଳେ ମାଡ଼ି ବସିଲା କଷ୍ଟମ ବିଭାଗ

ବ୍ୟାଗରେ ଲୁଚାଇ ବିମାନ ଯୋଗେ ସୁନା ରୂପା ହୀରା ସ୍ମଗଲିଂ କଥା ଆପଣ ଶୁଣିଥିବେ । ହେଲେ ଆଜିର ଏ ଖବର ଆପଣଙ୍କୁ ଚମକାଇ ଦେବ । ପାଞ୍ଚଟି ବିଦେଶୀ ତଥା ଦୁର୍ଲଭ ଜୀବକୁ ଚାଲାଣ ବେଳେ ଧରିଲା ଚେନ୍ନାଇ ବିମାନ ବନ୍ଦର କଷ୍ଟମ ବିଭାଗ । ବ୍ୟାଂକକ୍ରୁ ଚେନ୍ନାଇ ଚାଲାଣ ହେଉଥିଲା ଏହି ଜୀବ । ଗୋଟିଏ ବ୍ୟାଗରୁ ଏହି ଜୀବ କଷ୍ଟମ ବିଭାଗ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଏହି ଜୀବ ଏକ ପ୍ରକାର ନେଉଳ ବୋଲି କୁହାଯାଉଛି । ଏହା ଭାରତରେ ମିଳନ୍ତି ନାହିଁ । ଦକ୍ଷିଣ ଓ ପୂର୍ବ ଆଫ୍ରିକା ସହ ଜାମିବିଆରେ ଏ ପ୍ରଜାତି ନେଉଳ ମିଳନ୍ତି । ଅର୍ନ୍ତଜାତୀୟ ବଜାରରେ ଏମାନଙ୍କର ଚାହିଦା ଅଧିକ । ଏହି ନେଉଳ ସାପ ଭଳି କାମୁଡିଥାନ୍ତି । ପୂର୍ବରୁ ମଧ୍ୟ ଚେନ୍ନାଇର କଷ୍ଟମ ବିଭାଗ ଦୁର୍ଲଭ ପ୍ରଜାତି ଜୀବ ଜବତ କରିଥିଲା । ତେବେ ଏହି ଜୀବର ଆବଶ୍ୟକତା ସମ୍ପର୍କରେ ବିଶେଷ କିଛି ଜଣାପଡିନାହିଁ ।