ବିବାହ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ, ମନା କରିବାରୁ..

ଚେନ୍ନାଇ: ତାମିଲନାଡ଼ୁର ରାଜଧାନୀ ଚେନ୍ନାଇର ଥାଲମ୍ବୁରରୁ ଆସିଛି ଏକ ହୃଦୟ ବିଦାରକ ଖବର । ଜଣେ ଯୁବକ ତାଙ୍କ ଜନ୍ମଦିନରେ ଯୁବତୀଙ୍କୁ ହାତଗୋଡ଼ ବାନ୍ଧି ଜିଅନ୍ତା ଜାଳି ଦେଇଛନ୍ତି । ଯେଉଁ ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଯୁବତୀ ଜଣକ ହେଲେ ନନ୍ଦୀନି । ପୋଲିସ ମୃତଦେହକୁ ଉଦ୍ଧାର କରି ମାମଲା ରୁଜୁ କରିଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ରହିଛି । ଦକ୍ଷିଣ ତାମିଲନାଡ଼ୁରେ ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପୋଲିସ ତନାଘନା ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ହେଲେ ଗୁରୁଗେଶ୍ବରୀ ।

ଗୁରୁଗେଶ୍ବରୀ ଏବଂ ଆର ନନ୍ଦିନୀ ଉଭୟ ସ୍କୁଲ ବେଳର ସାଙ୍ଗ । ଉଭୟ ଭଲ ବନ୍ଧୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗୁରୁଗେଶ୍ବରୀ ନିଜର ଲିଙ୍ଗ ପରିବର୍ତ୍ତନ ମଧ୍ୟ କରିଥିଲେ । ସେମାନେ କିଛି ଦିନ ଏକାଠି ବୁଲାବୁଲି ମଧ୍ୟ କରିଥିବା କହିଛନ୍ତି । ଉଭୟ ଉଚ୍ଚଶିକ୍ଷିତା ମଧ୍ୟ ଅଛନ୍ତି । ତେବେ ନନ୍ଦିନୀ ଏକ କମ୍ପାନୀରେ କାମ କରିବେ ପାଇଁ ଚେନ୍ନାଇ ଆସି ରହିଥିଲେ । ଏହାପରେ ସେ ଗୁରୁଗେଶ୍ବରୀଙ୍କୁ ଅଣଦେଖା କରୁଥିବା ସେ କୁହନ୍ତି । ତେବେ ତାଙ୍କ ଜନ୍ମଦିନରେ ଦେଖା କରିବା ପାଇଁ ଚେନ୍ନାଇ ଆସିଥିଲେ ।

ନନ୍ଦିନୀଙ୍କ ଜନ୍ମଦିନରେ ଉଭୟ ବୁଲିବା ପାଇଁ ବାହାରକୁ ଯାଇଥିଲେ । ନୂଆ ଡ୍ରେସ ପିନ୍ଧି ଧୁମ ମଜା କରିଥିଲେ । ଆଠମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିବାବେଳେ ମନରେ ରାଗ କୁହୁଳୁଥିଲା । ପ୍ରଥମେ ସେମାନେ ଅନାଥ ଆଶ୍ରମକୁ ଯାଇ ଖାଦ୍ୟ ଏବଂ ବସ୍ତ୍ର ବାଣ୍ଟିଥିଲେ । ପରେ ନିଛାଟିଆ ସ୍ଥାନକୁ ଯାଇଥିଲେ । ନନ୍ଦିନୀଙ୍କୁ ଫଟୋ ଉଠାଇବାକୁ କହିଥିଲେ । ତାଙ୍କୁ କହିଥିଲେ କି, ଫଟୋ ଉଠାଇବା ପାଇଁ ଏକ ପୋଜ୍ ଦିଅ । ଏହି ପୋଜରେ ସେ ଗାଡ଼ିରୁ ଏକ ଶିକୁଳି ଆଣି ଦେହରେ ବାନ୍ଧିଥିଲେ । ସେ ଖୋଲିବା ପାଇଁ କହିଥିଲେ ସୁଦ୍ଧା ଖୋଲିନଥିଲେ । ଏହା ଫଟୋ ଉଠାଇବା ପାଇଁ ଏପରି କରିଛି ବୋଲି କହିଥିଲେ ।

ଫଟୋ ଉଠାଇବା ବାହାନାରେ ଦେହରେ ବାନ୍ଧିଥିବା ରଶି ଜୋରରେ ବାନ୍ଧିଥିଲେ । ଏହାପରେ ସେ ପେଟ୍ରୋଲ ତାଙ୍କ ଦେହକୁ ଫିଙ୍ଗିବା ଆରମ୍ଭ କରିଥିଲେ । କିଛି ଭାବିବା ପୂର୍ବରୁ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପୂର୍ବରୁ ବ୍ଲେଡରେ ହାତ ଏବଂ ଦେହରେ ଆଘାତ କରିଥିଲେ । ଜୀବନ ବିକଳରେ ସେ ଚିତ୍କାର କରିଥିବାବେଳେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଶନିବାର ନନ୍ଦିନୀଙ୍କ ମୃତ୍ୟୁ ହୋଇଛି ।