ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସପକ୍ଷରେ ରାହୁଲ ଗାନ୍ଧୀ !

Chhattisgarh Congress CM Bhupesh Baghel Meets Rahul Gandhi

ନୂଆଦିଲ୍ଲୀ: କଂଗ୍ରେସରେ ଛିଡ଼ୁନି କ୍ଷମତା ଯୁଦ୍ଧ । କେନ୍ଦ୍ର ଭଳି ରାଜ୍ୟ କଂଗ୍ରେସରେ କ୍ଷମତା କନ୍ଦଳ ଲାଗି ରହିଛି । ଯେଉଁଥିପାଇଁ କଂଗ୍ରେସ ହାତରୁ ଖସିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଦଳ ସରକାରରେ ଥାଇ ନେତାଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ କଂଗ୍ରେସ ପାଇଁ ଅଡ଼ୁଆ ସୃଷ୍ଟି କରୁଛି । କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ପଞ୍ଜାବ ପରେ ଛତିଶଗଡ଼ରେ କଂଗ୍ରେସ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିଲ୍ଲୀ ପହଞ୍ଚିଛି ।

Chhattisgarh Congress CM Bhupesh Baghel Meets Rahul Gandhi

ମୁଖ୍ୟମନ୍ତ୍ରୀ ପଦରେ ତିଷ୍ଠି ରହିବାକୁ ଭୂପେଶ ବାଘେଲ ଦିଲ୍ଲୀରେ ସମର୍ଥକଙ୍କ ସହ ଡେରା ପକାଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭୂପେଶ ବାଘେଲ ଓ ଟିଏସ. ସିଂହ ଦେବ ଭେଟି ଆଲୋଚନା କରିଛନ୍ତି । କୁହାଯାଉଛି ଛତିଶଗଡ଼ରେ କଂଗ୍ରେସ ସରକାରର ଭବିଷ୍ୟତ ପାଇଁ ଏହି ଆଲୋଚନା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ, ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସପକ୍ଷରେ ଅଛନ୍ତି ରାହୁଲ ଗାନ୍ଧୀ ।

ଆଶା କରାଯାଉଥିଲା ରାହୁଲଙ୍କୁ ଭୂପେଶ ବାଘେଲ ଓ ଟିଏସ୍ ସିଂହ ଦେବ ଭେଟିବା ପରେ ସବୁକିଛି ସ୍ୱାଭାବିକ ହେବ । କିନ୍ତୁ ୨ ଦିନ ହେବ ରାୟପୁରରୁ ଦିଲ୍ଲୀ ଲମ୍ବି ଥିବା ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡରେ ଥିବା କୁହାଯାଉଛି । ଗୋଟିଏ ପଟେ ଦିଲ୍ଲୀରେ ଆଲୋଚନା ଚାଲିଥିବା ବେଳେ ବାଘେଲଙ୍କ ସପକ୍ଷରେ ଥିବା ୩୫ରୁ ଅଧିକ ବିଧାୟକ ଓ ୩ ମନ୍ତ୍ରୀ ଦିଲ୍ଲୀରେ ଡେରା ପକାଇଛନ୍ତି । ଆଉ ଆଜି ପ୍ରାୟ ୧୫ରୁ ୨୦ ବିଧାୟକ ଦିଲ୍ଲୀ ପହଞ୍ଚି ପାରନ୍ତି ।

ଏମିତିରେ ଶୁକ୍ରବାର ବସିଥିବା ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ଛତିଶଗଡ଼ ସରକାରକୁ ନେଇ କଂଗ୍ରେସରେ ବୈଠକ ପରେ ବୈଠକ ଚାଲିଥିବା ବେଳେ ଦଳ ପକ୍ଷରୁ ଏହି ମାମଲାରେ କୌଣସି ମନ୍ତବ୍ୟ ଦିଆଯାଉନାହିଁ । ୨୦୧୮ ଡିସେମ୍ବରରେ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରି ସରକାରକୁ ଆସିଥିଲା କଂଗ୍ରେସ । ସେତେବେଳେ ଦଳ ଭୂପେଶ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରିଥିଲା । ଏବେ ଦଳରେ କନ୍ଦଳ ପରେ ଗତରାତିରେ ଭୂପେଶଙ୍କୁ ସମର୍ଥନ କରୁଥିବା ୧୫ରୁ ଅଧିକ ବିଧାୟକ ରାଜ୍ୟ କଂଗ୍ରେସ ପ୍ରଭାରୀ ପିଏଲ୍ ପୁନିଆଙ୍କୁ ଭେଟି ଆଲୋଚନା କରିଛନ୍ତି ।

Chhattisgarh Congress CM Bhupesh Baghel Meets Rahul Gandhi

୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ କଂଗ୍ରେସ ପାଖରେ ୭୦ ବିଧାୟକ ଅଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ବିବାଦ ଦଳକୁ ସଂକଟରେ ପକାଇଛି । ସମସ୍ତଙ୍କ ନଜର କଣ ଅଢ଼େଇ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ବିଦା ହେବେ ଭୂପେଶ ବାଘେଲ ।

Leave a Reply