ଷ୍ଟିଲପ୍ଲାଣ୍ଟରେ ବିସ୍ଫୋରଣ, ୭ ଶ୍ରମିକ ମୃତ
ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ବାଲୋଦା ବଜାର ସ୍ଥିତ ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଘଟଣାରେ ୪ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି । କିଛି ଶ୍ରମିକ କାରଖାନାରେ ଫସିଥିବା ଆଶଙ୍କା କରାଯାଉଛି ।
ଭାଟପଡ଼ାସ୍ଥିତ ବାକୁଲାହି ଗ୍ରାମରେ ଥିବା ରିୟଲ ଇସ୍ପାତ ଆଣ୍ଡ ପାୱାର ଲିମିଟେଡ କାରଖାନାରେ ଏହି ବିସ୍ଫୋରଣ ଘଟିଛି । କାରଖାନା ଭିତରୁ ୧୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଜିଲ୍ଲା ପ୍ରଶାସନର ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

