ସୁପର ଫୁଡ ଚିଆ ସିଡ୍, ପତଳା ହେବାକୁ ଚାହୁଁଥିଲେ ପିଅନ୍ତୁ ସବୁଦିନ

1 min read

ଭୁବନେଶ୍ବର: ପତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ମହିଳାମାନେ ସୁନ୍ଦର ଦିଶିବା ସହ କେଶ ଘନ ଏବଂ ଲମ୍ବା କରିବାକୁ ଚହିଁଥାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି । ଶରୀର ପାଇଁ ଏହା ଯେତିକି ଲାଭ ଦିଏ କେଶକୁ ବି ଘନ ଏବଂ ଲମ୍ବା କରିଥାଏ ।

ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ବ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଏ । ଏହା ରାଶି ଭଳି ଦେଖାଯାଏ । କଳା ରଙ୍ଗର ଏହି ମଞ୍ଜିକୁ ପାଣିରେ ପକାଇଲେ ଏହା ଫୁଲିଯାଏ । ଏହି ପାଣିରେ ଲେମ୍ବୁ, କଳା ଲୁଣ ଏବଂ ମିଶ୍ରି ମିଶାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ । ଏହାକୁ ସବୁଦିନ ପିଇଲେ ବହୁତ ଲାଭ ଦେଇଥାଏ ।

ତାହାଲେ ଜାଣନ୍ତୁ ଏହାର ଉପକାରିତା ବିଷୟରେ…

ଏହା ଆପଣଙ୍କ ଓଜନ ହ୍ରାସ କରେ ।

ତ୍ବଚା ଏବଂ କେଶ ପାଇଁ ଏହା ଲାଭଦାୟକ ।

ମହିଳାଙ୍କ ପାଇଁ ଆବଶ୍ୟକ ପ୍ରୋଟିନର ଶୂନ୍ୟସ୍ଥାନ ପୂରଣ କରିଥାଏ ।

ଏହା ହାଡ଼ ମଜବୁତ କରିଥାଏ ।

ଏହା ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ ।

ତ୍ବଚା ଶୁସ୍କ ହେବାକୁ ଦିଏନାହିଁ ।

ଏହା ତ୍ବଚାରେ ଭାଙ୍ଗ ପଡ଼ିବାକୁ ଦେଇନଥାଏ ।

ଏହା ହାର୍ଟ ପାଇଁ ବି ଲାଭଦାୟକ ହୋଇଥାଏ

କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରେ ।