spot_img

Latest Posts

କୋଭାକ୍ସିନ ବିରୋଧରେ ଷଡ଼ଯନ୍ତ୍ର କରୁଥିଲେ ବିଦେଶୀ କମ୍ପାନୀ: ପ୍ରଧାନ ବିଚାରପତି

ହାଇଦ୍ରାବାଦ୍: କୋଭାକ୍ସିନକୁ ନେଇ ବଡ଼ ବୟାନ ଦେଇଛନ୍ତି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ. ଭି ରମଣା । ଭାରତ ବାୟୋଟେକ କୋଭିଡ-୧୯ ବିରୋଧରେ ପ୍ରଭାବଶାଳୀ ଭ୍ୟାକ୍ସିନ କୋଭାକ୍ସିନ ତିଆରି କରିଛି । ଏହି ସ୍ୱଦେଶୀ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନ୍ୟତା ଦେବାରୁ ରୋକିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା ବୋଲି କହିଛନ୍ତି ଏନ.ଭି ରମଣା । ହାଇଦ୍ରାବାଦରେ ଆୟୋଜିତ ରାମିନେନି ଫାଉଣ୍ଡେସନ ପୁରସ୍କାର କାର୍ଯ୍ୟକ୍ରମରେ ସମ୍ବୋଧିତ କରୁଥିବା ସମୟରେ ଏପରି କହିଥିଲେ ପ୍ରଧାନ ବିଚାରପତି ।

ଚିଫ୍ ଜଷ୍ଟିସ୍ କହିଛନ୍ତି କି ଫାଇଜର ପରି କିଛି ବହୁରାଷ୍ଟ୍ରୀୟ କମ୍ପାନୀ ଭାରତର କିଛି ବ୍ୟକ୍ତି ବିଶେଷଙ୍କ ସହ ମିଶି କୋଭାକ୍ସିନକୁ ବଦନାମ୍ କରିବାକୁ ଚେଷ୍ଟା କରାଯାଉଥିଲା । ଏହି କମ୍ପାନୀ ସବୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିକଟରେ ଅଭିଯୋଗ କରିଥିଲେ ଏବଂ ମେଡ ଇନ୍ ଇଣ୍ଡିଆ ଟିକାକୁ ସ୍ୱୀକୃତି ନଦେବାକୁ ଚେଷ୍ଟା କରିଥିଲେ ।

ଜଷ୍ଟିସ ଏନ.ଭି ରମଣା ଆହୁରି କହିଥିଲେ କି କୃଷ୍ଣା ଏଲା ଏବଂ ସୁଚିତ୍ର କୋଭାକ୍ସିନକୁ ମାନ୍ୟତା ଦେବା ପାଇଁ ବହୁ ସଂଘର୍ଷ କରିଥିଲେ। ସେ ଆହୁରି କହିଛନ୍ତି ଯେ ସମସ୍ତ ତେଲୁଗୁ ଲୋକ ଏହି ଟିକା ତିଆରି କରୁଥିବା ଆମର ତେଲୁଗୁ କମ୍ପାନୀର ମହାନତା ବିଷୟରେ ବିଶ୍ୱକୁ କହିବା ପାଇଁ ଆଗକୁ ଆସିବା ଉଚିତ୍। ଏହା ବର୍ତ୍ତମାନ ଆମ ଦେଶ ପାଇଁ ନାମ ଏବଂ ଖ୍ୟାତି ଆଣି ଦେଇଛି | ଜଷ୍ଟିସ୍ ରମଣା ଫାଉଣ୍ଡେସନ ତରଫରୁ କୃଷ୍ଣା ଏଲା ଏବଂ ଭରତ ବାୟୋଟେକର ପ୍ରତିଷ୍ଠାତା ସୁଚିତ୍ରା ଏଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।

 

Latest Posts

Don't Miss