ଥମୁନି ପଞ୍ଜାବ କଂଗ୍ରେସର ବିବାଦ, ସୋନିଆଙ୍କୁ ଭେଟିବେ କ୍ୟାପ୍ଟେନ ଅମରିନ୍ଦର

ପଞ୍ଜାବ କଂଗ୍ରେସରେ ବିବାଦ ଥମିବାର ନା ନେଉନି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଓ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ। ସିଦ୍ଧୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ସାଂସଦ ରାହୁଲ ଗାନ୍ଧିଙ୍କୁ ଭେଟି ସାରିବା ପରେ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଆଜି  ଅମରିନ୍ଦର ସିଂ ଭେଟିବେ।

ଦଳରେ ଲାଗି ରହିଥିବା କନ୍ଦଳ ଓ ଆଗାମି ନିର୍ବାଚନ ନେଇ ସୋନିଆ ଓ ଅମରିନ୍ଦର ସିଂଙ୍କ ମଧ୍ୟରେ ଆଲୋଚନା ହେବ। ସେପଟେ ରାହୁଲ ଗାନ୍ଧିଙ୍କୁ ମଧ୍ୟ କ୍ୟାପଟେନ ଭେଟିପାରନ୍ତି। କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ଗୁରୁ ଦାୟିତ୍ୱ ଦେବା ପାଇଁ ଚାହୁଁଥିବାବେଳେ କ୍ୟାପଟେନ୍ ଏହାର ବିରୋଧ କରୁଛନ୍ତି। ଏଭଳିସ୍ଥଳେ ଆଜିର ଆଲୋଚନା ଅନେକ ଗୁରୁତ୍ୱ ବହନ କରୁଛି । ପୂର୍ବରୁ ଅମରିନ୍ଦର ସିଂ, ସିଦ୍ଧୁ ଓ ଦଳର ବରିଷ୍ଠ ନେତା ଏବଂ ବିଧାୟକମାନେ ସୋନିଆ ଗାନ୍ଧିଙ୍କ ନିର୍ଦ୍ଦେଶରେ ଗଠନ ହୋଇଥିବା ଟିମକୁ ଭେଟି ସାରିଛନ୍ତି ।

Leave a Reply