ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି 5T, ରୂପାନ୍ତରିତ ପରେ ଚମକୁଛି ସରକାରୀ ସ୍କୁଲ

1 min read

ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି 5T । ରୂପାନ୍ତରିତ ହେବା ପରେ ଚମକୁଛି ସରକାରୀ ସ୍କୁଲ । କେବଳ ଶୈକ୍ଷିକ ଭିତ୍ତିଭୂମି ନୁହେଁ ବରଂ ପିଲାଙ୍କ ସ୍ବପ୍ନ ସାକର ପାଇଁ ସୁଯୋଗ ସୃଷ୍ଟି କରିଛି । ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୫ଟି ଜିଲ୍ଲାର ୩୯୫ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭଦ୍ରକ ଜିଲ୍ଲାର ୧୨୪ ସ୍କୁଲ, କନ୍ଧମାଳର ୭୭, ଢେଙ୍କାନାଳ ଜିଲ୍ଲାର ୩୫ ଓ ଗଜପତି ଜିଲ୍ଲାର ୮୦ଟି ସ୍କୁଲ ଲୋକାର୍ପଣ କରିଛନ୍ତି । 5T ସ୍କୁଲ ମାଧ୍ୟମରେ ପିଲାଙ୍କ ପାଇଁ ତିଆରି ହୋଇଛି ବିରାଟ ସୁଯୋଗ । ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଓ ଅତ୍ୟାଧୁନିକ ଭିତ୍ତିଭୂମିରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।