spot_img

Latest Posts

ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଟିକା ନେବା ପରେ ମତାମତ ନେଲେ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ନେଇ ଟିକାକରଣ। ସକାଳ ୧୦ଟା ୩୦ ମିନିଟରେ ହୋଇଥିଲା ଟିକାକରଣ। ରାଜ୍ୟର ୧୬୧ଟି କେନ୍ଦ୍ରରେ ସ୍ୱସ୍ଥ୍ୟକର୍ମୀ ନେଉଛନ୍ତି ଟିକା। ତେବେ ଟିକାକରଣ ଆରମ୍ଭ ହେବା ପରେ ଟିକା ନେଇଥିବା ପ୍ରଥମ ବ୍ୟକ୍ତିଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଟିକା ନେବା ପରେ ସେ ଏବେ କମିତି ଅନୁଭବ କରୁଛନ୍ତି ପଚାରି ବୁଝିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ମନ୍ତ୍ରୀ ପ୍ରଥମେ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ।

ସୁନ୍ଦରଗଡ଼ରେ ଟିକା ନେଇଥିବା ଡିଏଚଏଚ ନର୍ସଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ। କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କୁ ଟିକା ନେବା ପରେ କେମିତି ଲାଗୁଛି ବୋଲି ମତାମତ ନେଇଥିଲେ ନବୀନ। ପରେ ଗଞ୍ଜାମ ସିଟି ହସ୍ପିଟାଲର ଡକ୍ଟରଙ୍କ ସହ କଥା ହେଲେ ନବୀନ। ଏହି ମେଗା ଭ୍ୟାକ୍ସିନେସନ ଅବସରରେ ସ୍ୱାସ୍ଥ୍ୟକର୍ମୀଙ୍କ ତ୍ୟାଗ ଓ ସେବାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ।

ବହୁ ଅପେକ୍ଷାର ଆଜି ଅନ୍ତ ଘଟିଛି। କୋଭିଡ ପାଇଁ ଆଜିଠୁ ଭ୍ୟାକ୍ସିନେନସନ ଆରମ୍ଭ ହୋଇଥିବାରୁ ନବୀନ ଖୁସି ଜାହିର କିରଛନ୍ତି। ଟିକାକରଣ ପାଇଁ ସମସ୍ତଙ୍କ ସହଯୋଗ ଲୋଡିବା ସହ ଏହା ଆମ ପାଇଁ ଉପାଦେୟ ବୋଲି ପରାମର୍ଶ ଦେଇଛନ୍ତି। ଆଗକୁ ଟିକାକରଣ ଜାରି ରହିବ ।

Latest Posts

Don't Miss