ପରୀକ୍ଷା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

Chief Secretary Reviewed Examination Preparation

ଭୁବନେଶ୍ୱର: ନକଲି ପ୍ରଶ୍ନପତ୍ର ଏବଂ ଗୁଜବକାରୀଙ୍କ ଉପରେ ନଜର ରଖାଯିବ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୨୮ରୁ ଯୁକ୍ତ ଦୁଇ ଓ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦୁଇଟି ଯାକ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି ପାଇଁ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Chief Secretary Reviewed Examination Preparation

ବୈଠକରେ ଗଣଶିକ୍ଷା ବିଭାଗର ସଚିବଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନେ ଯୋଗ ଦେଇଥିଲେ । ନିଜ ନିଜ ବିଦ୍ୟାଳୟରେ ପିଲାମାନେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ଏହା ମଧ୍ୟରେ ନୋଡାଲ ସେଣ୍ଟର ଗୁଡ଼ିକୁ ପ୍ରଶ୍ନପତ୍ର ପଠାଇବା ଆରମ୍ଭ ହୋଇଛି । ପ୍ରତି ନୋଡାଲ ସେଣ୍ଟର ସିସିଟିଭି ନିୟନ୍ତ୍ରଣରେ ରହିବା ସହିତ କଡ଼ା ସୁରକ୍ଷା ଅବଲମ୍ବନ କରାଯାଇଛି ।

Chief Secretary Reviewed Examination Preparation

ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଠାରୁ ଉତ୍ତରଖାତା ଗୁଡ଼ିକ କିପରି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବ ସେ ନେଇ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେକ୍ଟରୱାରୀ ଆବଶ୍ୟକୀୟ ପୋଲିସ ମୁତୟନ ରହିବେ । ଚଳିତବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଜଣ ମାଟ୍ରିକ ଓ ୩ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ ।