ରାଜ୍ୟରେ ବଢ଼ିବ କି ଲକଡାଉନ୍ ଅବଧି ? କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

Chief Secretary To Make Big Announcement Today Corona

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ଉପରେ ରହିଛି । ମେ ୫ରୁ ଲାଗିଥିବା ଲକଡାଉନ୍ ଆସନ୍ତା ୧୯ ତାରିଖରେ ସରୁଛି । ହେଲେ ସଂକ୍ରମଣ ମାମଲା ଖସୁ ନଥିବାରୁ ରାଜ୍ୟ ସରକାର ଲକଡାଉନ୍ ବୃଦ୍ଧି କରିବା ଆବଶ୍ୟକ ବୋଲି ମତ ଦେଉଛନ୍ତି ବିଶେଷଜ୍ଞ ।

 Chief Secretary To Make Big Announcement Today Corona

ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ରାଜ୍ୟ ସରକାର ଲକଡାଉନ୍ ବଢ଼ାଇ ପାରନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର । ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଆଜି ଦିନ ଗୋଟାଏ ୪୫ ମିନିଟ୍ ସମୟରେ ସାମ୍ବାଦିକ ସମ୍ମିଳନୀ କରି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ସରକାର ମେ ୩୧ ଯାଏ ଲକଡାଉନ୍ ଅବଧି ବୃଦ୍ଧି କରିପାରନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୫ ଲକ୍ଷ ୨୬ ହଜାର ୩୫୩ରେ ପହଞ୍ଚିଛି । ଏବେ ରାଜ୍ୟରେ ୧ ଲକ୍ଷ ୪ ହଜାର ୫୩୯ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

Leave a Reply