spot_img

Latest Posts

ଚାଇଲଡ ପର୍ଣ୍ଣୋଗ୍ରାଫି ଦେଖିବା ଓ ଡାଉନଲୋଡ୍ କରିବା ମଧ୍ୟ ଅପରାଧ

ନୂଆଦିଲ୍ଲୀ: ଚାଇଲଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଏପରି ଭିଡିଓ ଦେଖିବା ଓ ଡାଉନଲୋଡ୍ କରିବା ମଧ୍ୟ ଅପରାଧ। ପୋକସୋ ଅଧୀନରେ ଚାଇଲଡ ପର୍ଣ୍ଣୋଗ୍ରାଫି ଭିଡିଓ ଦେଖିବା ଓ ଡାଇନଲୋଡ୍ କରିବା ଅପରାଧ ବୋଲି ଆଜି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ। ଏପରି ଏକ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ତ୍ରୁଟିପୂର୍ଣ୍ଣ ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

ତାମିଲନାଡୁର ଜଣେ ୨୮ ବର୍ଷର ଯୁବକ ଚାଇଲଡ ପର୍ନ ଭିଡିଓ ଡାଉନଲୋଡ୍ କରିବା ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ରାୟ ଦେଇଥିଲେ। ତାଙ୍କ ବିରୋଧରେ ମାମଲାକୁ ଖାରଜ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଭୁଲ ବୋଲି କହିଛନ୍ତି ଏବଂ ସେହି ଯୁବକଙ୍କ ବିରୋଧରେ ମାମଲା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କିଏ ଚାଇଲଡ ପର୍ନ ଭିଡିଓ କୁ ଡିଲିଟ୍ ନ କରି ନିଜ ମୋବାଇଲରେ ରଖିଥିବ, ସେଥିପାଇଁ ଦଣ୍ଡ ମିଳିବ ବୋଲି ଆଇନରେ ଅଛି।

Latest Posts

Don't Miss