ସାଢେ ୮ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ୩ ବର୍ଷର ଶିବମ

1 min read

ନାଳନ୍ଦା: ବୋରୱେଲରେ ପଡି ଯାଇଥିବା ଶିଶୁ ସୁରକ୍ଷିତ ଉଦ୍ଧାର । ଦୀର୍ଘ ୫ ଘଣ୍ଟାର ପ୍ରଚେଷ୍ଟା ପରେ ଉଦ୍ଧାର କରିଛନ୍ତି NDRF ଟିମ୍ । ଆଜି ସକାଳ ସାଢେ ୯ଟା ବେଳେ ବିହାର ନାଳନ୍ଦାର କୁଲ ଗାଁର ତିନି ବର୍ଷର ଶିବମ ଖେଳୁଥିବା ସମୟରେ ବୋରୱେଲରେ ପଡି ଯାଇଥିଲା । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ । ପୂରା ଅଞ୍ଚଳରେ ଖବର ବ୍ୟାପିଯିବା ପରେ ଶହ ଶହ ଲୋକ ଆସି ସେଠାରେ ଭିଡ଼ ଜମାଇଥିଲେ । ୯୦ ଫୁଟ ବୋରଓ୍ବେଲକୁ ଖସିପଡିଥିଲେ ମଧ୍ୟ ୪୦ ଫୁଟରେ ଅଟକିଯାଇଥିଲା ଶିବମ୍ ।

ଶିଶୁଟିକୁ ଉଦ୍ଧାର କରାଯାଇ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟର ନିରାପତ୍ତା ଏବଂ କାର୍ଯ୍ୟକ୍ଷମତାକୁ ସୁନିଶ୍ଚିତ କରିବା ପାଇଁ ପୂରା ଅଞ୍ଚଳ ଉପରେ ନଜର ରଖାଯାଇଥିଲା । NDRF ଏବଂ ଅନ୍ୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରୁଥିଲେ । ସିସିଟିଭିରେ ଶିଶୁ ଉପରେ ନିଜର ରଖାଯାଇଥିଲା । ପାଇପ ମାଧ୍ୟମରେ ଅକ୍ସିଜେନ ପଠାଯାଇଥିଲା । ପିଲାଟିର କାନ୍ଦ ଶୁଣି ବୋରଓ୍ବେଲରେ ଖସିପଡ଼ିଥିବା ପରିବାର ଲୋକ ଜାଣିବାକୁ ପାଇଥିଲେ ।