ଖାଲି ଡାକ୍ତର ନୁହଁନ୍ତି ଏବେ କୁକୁର ବି ଚିହ୍ନିବ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ, ଜାଣନ୍ତୁ କେମିତି ?

1 min read

ସାଣ୍ଟିଆଗୋ: ଆପଣ କୁକୁରଙ୍କୁ ଚୋର ଧରିବାରେ ଦେଖିଥିବେ । ଡ୍ରଗସ୍‌ କି କ୍ରିମିନାଲ ମାନଙ୍କୁ ଧରିବା ପାଇଁ ପୋଲିସ୍‌କୁ ସାହାଯ୍ୟ କରୁଥିବାର ଜାଣିଥିବେ । କିନ୍ତୁ କେବେ କୌଣସି ରୋଗକୁ ଚିହ୍ନିବାର ଆପଣ ଚିନ୍ତାବି କରିନଥିବେ । ଏଭଳି ଆଶ୍ଚର୍ଯ୍ୟକର କଥା ଆପଣ କଣ କେବେ ଭାବିଛନ୍ତି । ଏମିତି କେବେ କୁକୁର ରୋଗକୁ ଚିହ୍ନି ପାରିବ । ହଁ ଆଜ୍ଞା ଏହା ହେଉଛି ସମ୍ପୂର୍ଣ୍ଣ ସତ ଘଟଣା । ଚିଲିରେ ପୋଲିସ କୁକୁରମାନଙ୍କୁ ତାଲିମ ଦେଉଛି କରୋନା ସଂକ୍ରମିତଙ୍କୁ ଚିହ୍ନିବା ପାଇଁ ।

ତିନୋଟି ଗୋଲ୍ଡେନ ଲିଟ୍ରିବର୍ସ ଏବଂ ଗୋଟିଏ ଲାବ୍ରାଡରକୁ ଦିଆଯାଉଛି ଟ୍ରେନିଂ । ଏହି କୁକୁର ମାନଙ୍କୁ ମାତ୍ର ୪ରୁ ୫ ମାସ ବୟସ ହେବ । ପୋଲିସ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ବେଆଇନ ଡ୍ରଗ୍ସ, ବିସ୍ଫୋରକ ସାମଗ୍ରୀ ଏବଂ ହଜିଯାଇଥିବା ଲୋକଙ୍କୁ ବାହାର କରିବାରେ ବ୍ୟସ୍ତ ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ହେଉଛି ଚିଲିର ଜାତୀୟ ପୋଲିସ, କାରାବେନେରୋସ୍ ଏବଂ ୟୁନିଭର୍ସିଡେଡ୍ କ୍ୟାଟୋଲିକା ଡି ଚିଲିର ବିଶେଷଜ୍ଞଙ୍କ ମିଳିତ ପ୍ରୟାସ । ଫ୍ରାନ୍ସରେ ଚାଲିଥିବା ସମାନ ପ୍ରୟାସର ଚିଲି ଅନୁସରଣ କରୁଛି ବୋଲି ପୋଲିସ୍ ସ୍ପେସିଆଲିଟି ସ୍କୁଲର ମୁଖ୍ୟ ଜୁଲିଓ ସାଣ୍ଟେଲାଇସ୍ କହିଛନ୍ତି  ।

ସବୁଠାରୁ ବଡ଼ କଥା ହେଉଛି କୁକୁର ମାନଙ୍କର ଆଘ୍ରାଣ ଶକ୍ତି ମଣିଷଙ୍କ ଠାରୁ ୫୦ ଗୁଣା ଅଧିକ । ସେମାନେ ପ୍ରତି ଘଣ୍ଟାରେ ୨୫୦ ଲୋଙ୍କୁ ସୁଙ୍ଘି ଚିହ୍ନିପାରନ୍ତି । ୟୁକେରେ ଏହି କୁକୁର ମାନଙ୍କୁ କୋଭିଡ 19କୁ ଚିହ୍ନିବାର ପ୍ରଶିକ୍ଷଣ କରାଯାଇଛି । କୋଭିଡ 19କୁ ସୁଙ୍ଘି କରି ଜାଣିବା ପାଇଁ ପ୍ରଶିକ୍ଷଣ ଦିଆଯାଇଛି । ସେପଟେ କରୋନା ଭୂତାଣୁର କୌଣସି ଗନ୍ଧ ନାହିଁ । ବରଂ ସଂକ୍ରମଣ ମେଟାବୋଲିକ୍ ପରିବର୍ତ୍ତନ ସୃଷ୍ଟି କରେ ଯାହା ପରବର୍ତ୍ତୀ ସମୟରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଝାଳ ଦେହରୁ ବାହାର କରିଥାଏ । ଯାହାକୁ ସୁଙ୍ଘି କୁକୁର ଚିହ୍ନଟ କରିବ ବୋଲି ଜଣେ ପ୍ରଫେସର ଫର୍ନାଣ୍ଡୋ ମର୍ଡୋନ୍ସ କହିଛନ୍ତି ।

ମେଡିକାଲ୍ ଡିଟେକସନ୍ ହଗ୍‌, ଲୋକଙ୍କ ରୋଗ ଚିହ୍ନଟ କରିବା ଯୋଗୁଁ କୁକୁରମାନଙ୍କର ତୀକ୍ଷ୍ଣ ଗନ୍ଧକୁ ବଢ଼ାଇବା ପାଇଁ ୨୦୦୮ ରେ ବ୍ରିଟିଶ୍‌ର ଏକ ଚାରିଟି ସଂସ୍ଥା ୨୦୦୮ରେ ଆରମ୍ଭ କରିଥିଲା । ମାର୍ଚ୍ଚ ଶେଷରେ କୋଭିଡ୍ -19 ଚିହ୍ନଟ କରିବା ପାଇଁ କେନାଇନ୍‌ ମଧ୍ୟ ତାଲିମ ଆରମ୍ଭ କରିଛି । ସାଣ୍ଟେଲାଇସ୍ ସୂଚନା ଦେଇଛି ଯେ କୁକୁର ମାନଙ୍କ ଦେହରେ ଏହି ବୈଜ୍ଞାନିକ ଅଧ୍ୟୟନର ଗୁରୁତ୍ୱ ହେଉଛି ଏହା କୁକୁରମାନଙ୍କୁ ବାୟୋଡେଟେକ୍ଟର ହେବାକୁ ଅନୁମତି ଦେବ ଏବଂ ଏହି ରୋଗକୁ ପ୍ରାଥମିକ ଅବସ୍ଥାରେ ସହଜରେ ଚିହ୍ନଟ କରିପାରିବ।

ମାର୍ଡୋନ୍ସ ମଧ୍ୟ  କହିଛନ୍ତି କି, ପୂର୍ବରୁ ପ୍ରମାଣ ଅଛି ଯେ କୁକୁରମାନେ ଯକ୍ଷ୍ମା, ପରଜୀବୀ ସଂକ୍ରମଣ, ଏବଂ କର୍କଟ ରୋଗର ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରିଛନ୍ତି । ସେଥିପାଇଁ ଏହି ପରୀକ୍ଷଣ ପରେ କୁକୁର ମାନେ କରୋନା ରୋଗୀଙ୍କୁ  ମଧ୍ୟ ସହଜରେ ଚିହ୍ନିପାରିଛନ୍ତି । ।

Leave a Reply