ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣ ବିରୋଧୀ ଆନ୍ଦୋଳନବେଳେ ଶୁଭିଲା ଦୁର୍ଦ୍ଦାନ୍ତ ମାଓବାଦୀ ହିଡମା ସପକ୍ଷରେ ନାରା । ଦିଲ୍ଲୀ ପ୍ରଦୂଷଣ ସାଂଘାତିକସ୍ତରରେ ପହଞ୍ଚିଥିବାବେଳେ ଏହାକୁ ନେଇ ଜୋରଦାର ପ୍ରତିବାଦ କରାଯାଉଛି । ତେବେ ରବିବାର ଇଣ୍ଡିଆ ଗେଟ ନିକଟରେ ବିକ୍ଷୋଭବେଳେ ଏକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ବିକ୍ଷୋଭରେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ହିଡମା ସପକ୍ଷରେ ନାରାବାଜି ଦେଖିବାକୁମିଳିଥିଲା । ନିକଟରେ ଆନ୍ଧ୍ରପ୍ରଦେଶରେ ହିଡମାକୁ ଏନକାଉଣ୍ଟର କରିଥିଲା ମିଳିତ ସୁରକ୍ଷା ବାହିନୀ । ସେ ନିହତ ହୋଇଥିଲେ ବି ତା ସପକ୍ଷରେ ପ୍ରଦୂଷଣ ବିରୋଧୀ ବିକ୍ଷୋଭବେଳେ ପୋଷ୍ଟର ଦେଖିବାକୁ ମିଳିଥିଲା । ପୋଲିସ ବ୍ଯାରିକେଡ ଲଗାଇ ବିକ୍ଷୋଭ ନିୟନ୍ତ୍ରଣ କରୁଥିବାବେଳେ ହିଡମା ପୋଷ୍ଟର ପ୍ରଦର୍ଶନ ସହ ପୋଲିସ ଉପରକୁ ଲଙ୍କାଗୁଣ୍ଡ ସ୍ପ୍ରେ କରାଯାଇଥିଲା । ଘଟଣାରେ ୨୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ କାହିଁକି ମାଓ ପୋଷ୍ଟର ଓ ହିଡମା ପୋଷ୍ଟର ପ୍ରଦର୍ଶନ କରାଗଲା ତାର ତଦନ୍ତ ଚାଲିଛି । ଆନ୍ଦୋଳନକୁ କ୍ଲିନ ଏୟାର ଫର ଦିଲ୍ଲୀ ସମନ୍ବୟ କମିଟି ପକ୍ଷରୁ ଏହି ବିକ୍ଷୋଭ ଆନ୍ଦୋଳନ କରାଯାଇଥିଲା । କିନ୍ତୁ ଏହି ସମୟରେ ହିଡମା ସପକ୍ଷରେ ନାରାବାଜି ସମସ୍ତଙ୍କୁ ଚକିତ କରିଛି ।

