ଜିନପିଙ୍ଗଙ୍କ ଅତ୍ୟାଧୁନିକ ସେନା ଗଠନ ସ୍ବପ୍ନକୁ ଝଟକା, ଘୋଟାଲା ଅଭିଯୋଗରେ ୯ ଜେନେରାଲ ବହିଷ୍କୃତ

ବେଞ୍ଜିଂ: ଚୀନ ସେନାରେ ବଡ଼ ଧରଣର ଘୋଟାଲା । ଶୀର୍ଷ ସ୍ତରର ୯ ଜେନେରାଲ ବହିଷ୍କୃତ । ଏମାନଙ୍କ ମଧ୍ୟରେ ଅଛନ୍ତି ଚୀନର ପରମାଣ ମିଜାଇଲ ଦାୟିତ୍ବରେ ଥିବା ୩ ଜେନେରାଲ । ବହିଷ୍କାରକୁ ନେଇ ସ୍ପଷ୍ଟ ସୂଚନା ମିଳି ନଥିଲେ ବି ବଡ଼ ଧରଣର ଆର୍ଥିକ ହେରଫେର ମାମଲାରେ ରାଷ୍ଟ୍ରପତି ଜିନପିଙ୍ଗ ଏହି କାର୍ଯାନୁଷ୍ଠାନ ନେଇଥିବା କୁହାଯାଉଛି । ବିଶ୍ଲେଷକଙ୍କ ଅନୁସାରେ ଚୀନ ଜେନେରାଲଙ୍କ ଦ୍ବାରା କରାଯାଇଥିବା ଭ୍ରଷ୍ଟାଚାର ପିଏଲଏ (ପିପୁଲ୍ସ ଲିବରେଶନ ଆର୍ମୀ)କୁ ଦୁର୍ବଳ କରିଦେଇଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଚୀନ ସେନାରେ ବଡ଼ ଧରଣର ଭ୍ରଷ୍ଟାଚାର ପର୍ଦ୍ଦାଫାସ ହୋଇଛି । ଯାହା ବୈଦେଶିକ ନୀତିକୁ ନେଇ ଚିନ୍ତାରେ ଥିବା ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସୈନ୍ୟ ଆଧୁନିକିକରଣକୁ ଶକ୍ତ ଧକ୍କା ଦେଇଛି । ଚୀନର ସରକାରୀ ଗଣମାଧ୍ୟମ ଅନୁସାରେ ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି)ରୁ ବରଖାସ୍ତ ଅଧିକାରୀଙ୍କ ମଧ୍ୟରେ ପିଏଲଏ ରକେର୍ଟ ଫୋର୍ସର ୫ ଜଣ ଶୀର୍ଷ ସ୍ତରର ଜେନେରାଲ ଅଛନ୍ତି । ଯେଉଁମାନେ ଦେଶର ପରମାଣୁ ଅସ୍ତ୍ରଶସ୍ତ୍ର ବିଭାଗର କାମ ଦେଖୁଥିଲେ ।

ଏହି କାର୍ଯ୍ୟାନୁଷ୍ଠାନକୁ ଜିନପିଙ୍ଗଙ୍କ ପାଇଁ ଶକ୍ତ ଧକ୍କା କୁହାଯାଉଛି । ୨୦୫୦ ସୁଦ୍ଧା ପିଏଲଏକୁ ବିଶ୍ବ ସ୍ତରୀୟ ସେନାରେ ପରିଣତ କରିବାକୁ ରୋଡ ମ୍ୟାପ ପ୍ରସ୍ତୁତ କରିଛନ୍ତି ଜିନପିଙ୍ଗ । ଏହି କ୍ରମରେ ଅତ୍ୟାଧୁନିକ ଉପକରଣ କିଣିବା ଓ ବିକଶିତ କରିବାକୁ କୋଟି କୋଟି ଡଲାର ଖର୍ଚ୍ଚ କରିଛନ୍ତି । ଗତ କିଛିବର୍ଷ ହେବ ଚୀନ ବଡ଼ ଆକାରରେ ପ୍ରତିରକ୍ଷା ବଜେଟ ଆଣୁଛି । ହେଲେ ବିଶେଷଜ୍ଞ ପ୍ରଶ୍ନ ଉଠାଇ ପଚାରିଛନ୍ତି, କ’ଣ ସୈନ୍ୟ ନିବେଶକୁ ସଠିକ ଭାବେ ତଦାରଖ କରାଯାଉନଥିଲା  ? ତାହା ପୁଣି ଦକ୍ଷିଣ ଚୀନ ସାଗର ଓ ଅନ୍ୟ ପ୍ରମୁଖ କ୍ଷେତ୍ରରେ ତାଇଓ୍ବାନ ଓ ଆମେରିକା ଚୀନ ଆଗରେ ଛିଡ଼ା ହୋଛନ୍ତି ।

ଏମିତି ସ୍ଥିତିରେ ଜିନପିଙ୍ଗ ପାର୍ଟିର ଅଧିକାରୀ ଓ ସରକାରୀ ଅଧିକାରୀଙ୍କୁ ଭ୍ରଷ୍ଟାଚାର ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରି ଦେଇଛନ୍ତି । ଜିନପିଙ୍ଗଙ୍କ ଦୃଷ୍ଟି ପିଏଲଏ ଉପରେ ରହିଛି । ପିଏଲଏର ଯେଉଁ ଜେନେରାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେମାନଙ୍କ ମଧ୍ୟରୁ ୯ ଜଣ ସୈନ୍ୟ ବିଭାଗ ଦାୟିତ୍ବରେ ଥିଲେ । ୩ ଜଣ ପିଏଲଏ ଅଧିକାରୀ ରେକର୍ଡ ଫୋର୍ସର ପୂର୍ବତନ କମାଣ୍ଡାଣ୍ଟ କିମ୍ବା ଭାଇସ୍ କମାଣ୍ଡାଣ୍ଟ ଥିଲେ । ଜଣେ ବାୟୁସେନା ପ୍ରମୁଖ ଏବଂ ଜଣେ ଦକ୍ଷିଣ ଚୀନ ସାଗରରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ଥିଲେ । ୪ ଜଣ ଅଧିକାରୀ ସେନା ଉପକରଣ କିଣିବା ଦାୟିତ୍ବରେ ଥିଲେ ।