ଆଜିଠୁ କରୋନା ଆକ୍ରାନ୍ତ ଓ ମୃତକଙ୍କ ଡାଟା ନଦେବାକୁ ଘୋଷଣା କରିଛି ଚୀନ

ବେଜିଂ: ଚୀନରେ କରୋନା ବିସ୍ଫୋରଣ । କୋଟି କୋଟି ଲୋକ ଦୈନିକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ରେକର୍ଡ କରିଛି । ମହାମାରୀ ଭୟଙ୍କର ହେଉଥିବା ବେଳେ ଆଜିଠୁ କରୋନା ଆକ୍ରାନ୍ତ ଓ ମୃତକଙ୍କ ଡାଟା ନଦେବାକୁ ଘୋଷଣା କରିଛି ଚୀନର ନ୍ୟାସନାଲ ହେଲଥ କମିଶନ । ଚାଇନିଜ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ପକ୍ଷରୁ କରୋନା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇବ ।

ଗତ ୨୪ ଘଣ୍ଟାରେ ୩ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ହସପିଟାଲରେ ବେଡ୍ ସହିତ ଔଷଧର ଅଭାବ ଦେଖାଯାଉଛି । ଟେଷ୍ଟିଂ କ୍ଷେତ୍ରରେ ନାନା ପ୍ରକାର ସମସ୍ୟା ସୃଷ୍ଟି ହେବା ସହ ଟ୍ରାକିଂ କରିବା ସମ୍ଭବ ହେଉନି । ସ୍ଥିତି ଏପରି ଯେ ଶବସତ୍କାର ପାଇଁ ଲାଗୁଛି ଲମ୍ବା ଲାଇନ୍ ।

କେତେକ ସହରରେ ପୂର୍ବବର୍ଷ ଅପେକ୍ଷା ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଏପଟେ ଭାରତରେ ଜାରି ହୋଇଛି ଆଲର୍ଟ । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ପ୍ରସ୍ତୁତ ରଖିବାକୁ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର । ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣକୁ ଗୁରୁତ୍ବ ଦେବାକୁ ଜାରି ହୋଇଛି ଆଡଭାଇଜରୀ । ଏୟାରପୋର୍ଟରେ ହେଉଛି ରାଣ୍ଡମ ଟେଷ୍ଟ । ଅନ୍ୟପଟେ ଓଡ଼ିଶାରେ ୩ ମାସ ଧରି ପଜିଟିଭ ରେଟ ବଢିନାହିଁ । ସମ୍ଭାବ୍ୟ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ରହିଛି । ଆସନ୍ତା ୨୭ରେ ସବୁ ଡାକ୍ତରଖାନାରେ ମକଡ୍ରିଲ୍ କରାଯିବ ।