ବିବାଦୀୟ ଗଲଓ୍ବାନ ଘାଟିରେ ପତାକା ଉଡାଇଲା ଚୀନ

1 min read

ଗଲଓ୍ବାନ: ଗଲଓ୍ବାନ ଘାଟିରେ ପୁଣି ଥରେ ଦାଦାଗିରି ଦେଖାଇବା ଆରମ୍ଭ କରିଛି ଚୀନ । ବୁଣୁଛି ରକ୍ତପାତର ମଞ୍ଜି । ଭାରତକୁ ଉକୁସାଇବା ପାଇଁ ବିସ୍ତାରବାଦୀ ଚୀନ କରିଛି ଆଉ ଏକ ମାଷ୍ଟର ପ୍ଲାନ୍ । ଦୁଇ ବର୍ଷ ତଳେ ରକ୍ତାକ୍ତ ସଂଘର୍ଷ ହୋଇଥିବା ସ୍ଥାନଠାରୁ ଅଳ୍ପଦୂରରେ ନିଜ ଦେଶର ପତାକା ଉଡାଇଛି ଚୀନ୍ । ଏ ନେଇ ଚାଇନିଜ ମିଡିଆ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି । ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ନିୟନ୍ତ୍ରଣ ରେଖାକୁ ନେଇ ପୁଣି ଥରେ ବିବାଦ ଆରମ୍ଭ ହେବା ଆଶଙ୍କା ଦେଖାଦେଇଛି ।

ସେପଟେ ଚୀନ ପତାକା ଉଡ଼ାଇଥିବା ସ୍ଥାନ ଭାରତ-ଚୀନ ବିବାଦୀୟ ସୀମାରେଖା ମଧ୍ୟରେ ଯାଉନି ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ୨୦୨୦ ଜୁନରେ ଦୁଇ ଦେଶ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନଠାରୁ ଏହା ବହୁ ଦୂର ବୋଲି ସେନା କହିଛି । ନିୟନ୍ତ୍ରଣ ରେଖାରେ ଶାନ୍ତି ସ୍ଥାପନା ପାଇଁ ଗତବର୍ଷ ଜୁଲାଇରେ ଦୁଇ ଦେଶ ମଧ୍ୟରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ହୋଇଥିଲା । ବିବାଦୀୟ ଅଞ୍ଚଳଠାରୁ ୨କିମି ଲେଖାଏଁ ପଛକୁ ହଟିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଥିଲେ । ମାତ୍ର ଏବେ ଗଲଓ୍ବାନରେ ଚୀନ୍‌ ପତାକା ଉଡାଇବାକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିପାରେ ଆଶଙ୍କା କରାଯାଉଛି ।

Leave a Reply