ଭାରତ ସୀମା ନିକଟ ତିବ୍ବତରେ ପ୍ରଥମ ବୁଲେଟ୍ ଟ୍ରେନ ଆରମ୍ଭ କରିଛି ଚୀନ୍

1 min read

ବେଜିଂ: ତିବ୍ବତର ହିମାଳୟ ପାର୍ବତ୍ୟାଞ୍ଚଳରେ ଚୀନ ଆରମ୍ଭ କରିଛି ବୁଲେଟ ଟ୍ରେନ ପ୍ରଚଳନ । ସିଚୁଆନ- ତିବ୍ବତ ରେଳବାଇ ଅଧୀନସ୍ଥ ୪୩୫ କିଲୋମିଟର ଦୀର୍ଘ ଲାସା- ନିଗଚି ସେକ୍ସନରେ ଚଳାଚଳ କରିଛି ଟ୍ରେନ । ବିଭିନ୍ନ ଅଗମ୍ୟ ସ୍ଥାନ ସହ ଯୋଗାଯୋଗ କରିବ ଏହି ଇଲେକ୍ଟ୍ରିକ ଟ୍ରେନ ।

ଅରୁଣାଚଳ ପ୍ରଦେଶ ସୀମା ନିକଟ ଦେଇ ଏହି ଟ୍ରେନ ଚଳାଚଳ କରିବ । ଆସନ୍ତା ଜୁଲାଇ ୧ ତାରିଖରେ ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ ଶାସନର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଟ୍ରେନ ଚଳାଚଳ ଆରମ୍ଭ ହୋଇଛି । ଏହି ବୁଲେଟ ଟ୍ରେନର ନାମ ରଖାଯାଇଛି ଫକ୍ସିଂ । କ୍ବିନଘାଇ- ତିବ୍ବତ ରେଳବାଇ ପରେ ସିଚୁଆନ- ତିବତ ରେଳବାଇ ହେଉଛି ତିବ୍ବତର ଦ୍ବିତୀୟ ରେଳବାଇ ଯାହାକି ଭୌଗୋଳିକ ଦୃଷ୍ଟିରୁ ବିଶ୍ବର ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନ । ଏହି ନୂଆ ରେଳ ପ୍ରକଳ୍ପ ସମ୍ପର୍କରେ ଗତ ନଭେମ୍ବରରେ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ଘୋଷଣା କରିଥିଲେ ।

ଚୀନ୍ ପୂର୍ବରୁ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଏକ ଅଂଶ ବୋଲି ଦାବି କରିଥିଲା, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା। ଏହି ରେଳ ବିଭାଗ ସୈନ୍ୟ ପରିବହନ କ୍ଷେତ୍ରରେ ଚୀନ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ । ଭାରତ ଓ ଚୀନ୍ ମଧ୍ୟରେ ୩,୪୮୮ କିଲୋମିଟର ଲମ୍ବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନେଇ ସୀମା ବିବାଦ ରହିଛି। ସିଙ୍ଘୁଆ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କିଆନ୍ କହିଛନ୍ତି ଯେ, ଯଦି ଚୀନ୍ ଓ ଭାରତ ସୀମାରେ ସଙ୍କଟାପନ୍ନ ପରିସ୍ଥିତି ଆସେ, ତାହେଲେ ଚୀନର ଏହି ଟ୍ରେନ୍ ଯୁଦ୍ଧ ସାମଗ୍ରୀ ଯୋଗାଇବା ପାଇଁ ଏକ ପ୍ରମୁଖ ସୁବିଧା ପାଲଟିବ।

Leave a Reply