କରୋନାକୁ ନେଇ ଭାରତ ବ୍ୟସ୍ତ,ସେପଟେ ଭାରତ ମହାସାଗରରେ କୁତ୍ରିମ ଦ୍ୱୀପ ତିଆରି କଲାଣି ଚୀନ୍ !

1 min read

ସୁଧୁରିବନି ଚୀନ୍ । ପ୍ରଥମେ ଚୀନ ପାଇଁ ବିଶ୍ୱରେ ହା ହାକାର ସୃଷ୍ଟି କରିଛି କରୋନା । ନିଜ ଦେଶରେ କରୋନା ଭାଇରସକୁ ନିୟନ୍ତ୍ରିତ କରିସାରିଛି ଚୀନ । କିନ୍ତୁ ବାକି  ବିଶ୍ୱରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଘୁ ଘୁ ହୋଇ ବଢିବାରେ ଲାଗିଛି ।  ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି  ପଡ଼ୋଶୀ ଦେଶ ଯେମିତି କି ଭାରତ, ଦକ୍ଷିଣ କୋରିଆ, ଜାପାନ, ଇଣ୍ଡୋନେସିଆ, ଥାଇଲାଣ୍ଡ ଆଦି । ଏହି ସବୁ ଦେଶ କରୋନା ସହ ଲଢୁଥିବା ବେଳେ ଚୀନ ତାର ଚାଲବାଜି ଜାରି ରଖିଛି । ଭାରତକୁ ସାମରିକ ଭାବେ ଘେରିବା ପାଇଁ  ଭାରତଠାରୁ କିଛି ଦୂର ସମୁଦ୍ରରେ ଦ୍ୱୀପ ତିଆରି କରୁଛି ଚୀନ୍ ।

ଚୀନ ଭାରତରୁ ୬୮୪କିଲୋମିଟର ଦୂର ମାଲଦୀପ ପାଖରେ ଏକ କୁତ୍ରିମ ଦ୍ୱୀପ ତିଆରି କରୁଛି । ଯଦି ଏହା ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ କରାଯାଏ ତେବେ ଏହା କେତକ ଦେଶକୁ ରଣନୀତିଗତ ଭାବେ ବିପଦରେ ପାକଇବ । ତେବେ ଏହାର ସ୍ପଷ୍ଟ ହୋଇଛି ସାଟେଲାଇଟରୁ ମିଳିଥିବା ଫଟୋ ଜରିଆରେ । ଏବଂ ଏହି ଫଟୋ ଜାରି କରିଛି ଓପନ ସୋର୍ସ ଇଣ୍ଟେଲିଜେନ୍ସ ଏନାଲିଷ୍ଟ ଡେଟ୍ରେସ୍ଫା ।

ବିଶ୍ୱରେ ଅସ୍ତ୍ରଶସ୍ତ୍ରର କିଣା-ବିକା ଉପରେ ନଜର ରଖୁଥିବା ଇଣ୍ଟେଲିଜେନ୍ସ ଏଜେନ୍ସି ସିଆଇପିଆରଆଇ’ର ପରମାଣୁ ସୂଚନା କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ହେସ କ୍ରିଷ୍ଟେଂସନ ଟ୍ୱିଟ୍ କରି କହିଛନ୍ତି କି ମାଳଦୀପର ଫେଦୁଫିନୋଲହୁକୁ ମାଳଦ୍ୱୀପର ସରକାର ଚୀନକୁ ୪ମିଲିୟନ ଡଲାର ମାନେ ୩୦.୩୩କୋଟି ଟଙ୍କାରେ ଲିଜରେ ଦେଇଛନ୍ତି ।

ହେସ ଏହା ମଧ୍ୟ ଲେଖିଛନ୍ତି ଯେ, ଏବେ ଚୀନ ଦ୍ୱୀପକୁ ଆହୁରି ବିସ୍ତାର କରିଛି । ଏବଂ ଏହା ଉପରେ ବଡ଼ ବଡ଼ କୋଠା, ରାସ୍ତା ତିଆରି ହେବାର ଦେଖିବାକୁ ମିଳିଛି । ଏହା ଭାରତକୁ ଘେରିବାକୁ ଚେଷ୍ଟା କରୁଛି । ଚୀନ୍ ଭାରତ ମହାସାଗରରେ ଅନେକ ଦେଶକୁ ଋଣ ଦେଇ ତା ଜାଲରେ ପକାଇଛି । ଆପଣଙ୍କୁ କହି ରଖୁଛୁ ଯେ, ମାଳଦୀପର ପୂର୍ବ ରାଷ୍ଟ୍ରପତି ଅବଦୁଲା ୟାମିନ ୨୦୧୬ରେ ଚୀନ କମ୍ପାନୀକୁ ୧୬ଟି ଦ୍ୱିପ ଲିଜରେ ଦେଇଥିଲେ । ଏଥିରେ ମଧ୍ୟ ଚୀନ ତାର ନିର୍ମାଣ ଚାଳାଇଛି । ଅନ୍ତରାଷ୍ଟ୍ରିୟ ବିଶେଷଜ୍ଞଙ୍କ ଅନୁସାରେ ଚୀନ ଭାରତକୁ ସାମରିକ ଭାବେ ଘେରିବାକୁ ଚେଷ୍ଟା କରୁଛି ।

ଭାରତ ମହାସାଗରେ ମାଳଦୀପ ଏପରି ସ୍ଥାନରେ ଅବସ୍ଥିତ ଯେଉଁ ବାଟ ଦେଇ ଅନେକ ଅନ୍ତରାଷ୍ଟ୍ରୀୟ ବ୍ୟବସାୟୀକ ମାର୍ଗ ଯାଇଛି । ଚୀନ୍ ଏଠାରେ ନିଜର ଲାଭ ଦେଖି ପାରିଛି ତେଣୁ ସେ ମାଳଦୀପକୁ ସାହାଯ୍ୟ କରି ନିଜ ପାଇଁ ରାସ୍ତା ତିଆରି କରିଛି ।

ଚୀନ୍ ମାଳଦୀପ ଜରିଆରେ ଭାରତ ଉପରେ ନଜର ରଖିଛି । ମାଳଦୀପରୁ ଭାରତ ପହଞ୍ଚିବାକୁ ଚୀନର ଯୁଦ୍ଧ ବିମାନ ୨୦ରୁ ୨୫ମିନିଟ ହିଁ ଲାଗିବ । ଅବଦୁଲ ୟାମୀନର କାର୍ଯ୍ୟକାଳ ସମୟରେ ଭାରତ ମାଳଦୀପ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏବଂ ସେଠାରେ ପରିସ୍ଥିତ ଏମିତି ହୋଇଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମାଳଦୀପ ଯାତ୍ରା ବନ୍ଦ କରିଦେଇଥିଲେ ।

Leave a Reply