spot_img

Latest Posts

୬୦ ବର୍ଷ ପରେ ଚାଇନାର ଜନସଂଖ୍ୟା ହ୍ରାସ

ବେଜିଂ: ବିଶ୍ବର ସର୍ବାଧିକ ଜନବହୁଳ ଦେଶ ଚୀନ । ୧୯୬୧ ପରଠାରୁ ଚୀନ୍ ଜନସଂଖ୍ୟାରେ ବିଶ୍ବର ପ୍ରଥମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ଜନସଂଖ୍ୟାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି । ଚୀନର ଜନସଂଖ୍ୟାରେ ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଛି। ବର୍ତ୍ତମାନ ଦେଶରେ ଜନ୍ମ ହେଉଥିବା ପିଲାଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ଚାଇନାର ନ୍ୟାସନାଲ ବ୍ୟୁରୋ ଅଫ୍ ଷ୍ଟାଟିକ୍ସ ତଥ୍ୟ ଅନୁଯାୟୀ, ଦେଶରେ ୨୦୨୧ ମସିହାରେ ଜନସଂଖ୍ୟା ୧୪୧ କୋଟି୨୬ ଲକ୍ଷ ରହିଥିବା ବେଳେ ୨୦୨୨ ମସିହା ଶେଷ ଶୁଦ୍ଧା ଜନସଂଖ୍ୟା ହ୍ରାସ ଘଟି ୧୪୧ କୋଟି ୧୭ ଲକ୍ଷ କୋଟି ରହିଛି।

ଚାଇନାରେ ବହୁ ଦଶନ୍ଧୀ ଧରି ଜନସଂଖ୍ୟା ନିୟନ୍ତ୍ରଣ ନିତୀ ଲାଗୁ ହୋଇଥିଲା ଏବଂ ଏହି ନୀତି ଦ୍ୱାରା ଦେଶରେ ଜନସଂଖ୍ୟା ହ୍ରାସ ହୋଇଥିବା କୁହାଯାଉଛି । ଜନସଂଖ୍ୟାର ଏଭଳି ହ୍ରାସକୁ ନେଇ ଚୀନ ସରକାର ଚିନ୍ତିତ ହୋଇପଡିଛନ୍ତି।  ସେ ଦେଶର ଜନସଂଖ୍ୟାକୁ ବୃଦ୍ଧି କରିବାପାଇଁ ଅନେକ ପଦକ୍ଷେପ ନେଉଥିଲେ ସୁଦ୍ଧା କୌଣସି ସକାରତ୍ମକ ଫଳାଫଳ ସାମ୍ନାକୁ ଆସିନାହିଁ ।

ଜନସଂଖ୍ୟା ହ୍ରାସ ଏବଂ ଜନସଂଖ୍ୟାର ପରିବର୍ତ୍ତନକୁ ରୋକିବା ପାଇଁ ଚୀନ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ଯେଉଁଥିରେ ଲୋକମାନେ ଏକରୁ ଅଧିକ ସନ୍ତାନ ଜନ୍ମ କରିବାରେ ଉତ୍ସାହିତ ହେବେ। ଏଥିରେ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ସାମିଲ ରହିଛି । ଏହା ସତ୍ତ୍ୱେ ମଧ୍ୟ ଦେଶରେ ଜନସଂଖ୍ୟା ବୃଦ୍ଧି ହୋଇପାରୁ ନାହିଁ । ଚାଇନାରେ  ୨୦୨୧ ମସିହାରେ ପ୍ରତି ଏକ ହଜାର ଲୋକରେ ଜନ୍ମହାର ୭.୫୨ ପ୍ରତିଶତ ରହିଥିବା ବେଳେ ଗତ ବର୍ଷ ଏହା ହ୍ରାସ ଘଟି ୬.୭୭ ପ୍ରତିଶତ ହୋଇଛି । ତେବେ ଗୋଟିଏ ବର୍ଷ ମଧ୍ୟରେ ଚୀନରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସଂଖ୍ୟାରେ ପିଲା କମ୍ ଜନ୍ମ ହୋଇଛନ୍ତି । କେବଳ ସେତିକି ନୁହେଁ ୧୯୭୬ ମସିହା ପରଠାରୁ ଚୀନରେ ମୃତ୍ୟୁ ହାର ମଧ୍ୟ ସର୍ବାଧିକ ରହିଛି । ୨୦୨୨ରେ ଚୀନରେ ମୃତ୍ୟୁ ହାର ପ୍ରତି ଏକ ହଜାର ଲୋକରେ ୭.୩୭ ପ୍ରତିଶତ ରହିଛି ।

ଚାଇନାର ବିଶେଷଜ୍ଞଙ୍କ ଅନୁୟାୟୀ, ଆଗକୁ ଆସୁଥିବା ସମୟରେ ଖର୍ଚ୍ଚ ବୃଦ୍ଧି ହେବ । ଆଗକୁ ଘର, ଶିକ୍ଷା , ଖାଦ୍ୟ, ସ୍ବାସ୍ଥ୍ୟ ଇତ୍ୟାଦିରେ ଖର୍ଚ୍ଚର ପରିମାଣ ଅଧିକ ହେବା ଯୋଗୁଁ ଲୋକମାନେ ଏକରୁ ଅଧିକ ସନ୍ତାନ ଜନ୍ମ କରିବାକୁ ଇଛା ପ୍ରକାଶ କରୁନାହାନ୍ତି । ସୂଚନା ମୁତାବକ, କିଛି ବର୍ଷ ପୂର୍ବରୁ ଚାଇନାରେ ବୃଦ୍ଧି ହେଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର ୱାନ ଚାଇଲ୍ଡ ପଲିସି ଅର୍ଥାତ୍ ଏକ ମାତ୍ର ସନ୍ତାନ ବିମା ଲାଗୁ କରିଥିଲେ । ବର୍ତ୍ତମାନ ଏହି ନିଷ୍ପତ୍ତି ଚୀନ ଉପରେ ଭାରି ପଡୁଥିବାର ଦେଖିବାକୁ ମିଳିଛି ।

 

Latest Posts

Don't Miss