spot_img

Latest Posts

ଭାରତ-ନେପାଳ ସୀମାରୁ ଚୀନ୍ ନାଗରିକ ଗିରଫ

କୋଲକାତା: ଭାରତ-ନେପାଳ ସୀମାରେ ପଶ୍ଚିମବଙ୍ଗର ଖୋରିବୋରୀରୁ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରିଛନ୍ତିସଶସ୍ତ୍ର ସୀମା ବଳ (ଏସଏସବି) ଯବାନ। ସମ୍ପୃକ୍ତ ବ୍ୟକ୍ତି ଜଣକ ନେପାଳ ସୀମା ପାର୍ ହେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ପାଖରୁ ଯବାନ ମାନେ ଭାରତ ସମ୍ପର୍କିତ କିଛି ନକଲି ଡକ୍ୟୁମେଣ୍ଟ ଉଦ୍ଧାର କରିଛନ୍ତି। ବିହାରର କିଶନଗଞ୍ଜରେ ମୁତୟନ ଜଣେ ଏସଏସବି ଅଧିକାରୀ କହିଛନ୍ତି ଯେ ‘୪୧ତମ ବାଟାଲିୟନ ରବିବାର ରାତିରେ ସୀମାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନେପାଳ ସୀମାରେ ଜଣେ ଚୀନ୍ ନାଗରିକ ସୀମା ପାର କରିବାକୁ ଚେଷ୍ଟା କରୁଥିବା ବେଳେ କାବୁ କରାଯାଇଥିଲା।

ଗିରଫ ବ୍ୟକ୍ତିଙ୍କ ନାମ ଲୋବସାଙ୍ଗ ନାଇମା। ତାଙ୍କ ନିକଟରୁ ନକଲି ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ଜବତ କରାଯାଇଥିବା ବୋଲି ଅଧିକାରୀମାନେ କହିଛନ୍ତି।

“ନାଇମା ପ୍ରଥମେ ନିଜକୁ ଭାରତୀୟ ବୋଲି ଦାବି କରିଥିଲେ । ଏମିତିକି ସେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ମଧ୍ୟ ଦେଖାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଚୀନର ଜଣେ ନାଗରିକ ବୋଲି ମାନିଥିଲା। ପରେ ତାଙ୍କୁ ଖୋରିବୋରୀ ଥାନାକୁ ହସ୍ତାନ୍ତର କରାଯାଇଛି ।

ତେବେ ଚାଇନାର ନାଗରିକଙ୍କ ପାଖରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଥିବା ନେଇ କହିଛନ୍ତି ଖୋରିବୋରୀ ଥାନାର ଜଣେ ବରିଷ୍ଠ ଅଧିକାରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ନାଗରିକଙ୍କ ଗିରଫଦାରୀ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ସୂଚନା ଦିଆଯାଇଛି।

Latest Posts

Don't Miss