spot_img

Latest Posts

ଭାରତରୁ ବ୍ୟାପିଛି କରୋନାଭାଇରସ ମହାମାରୀ; ଚୀନ ବୈଜ୍ଞାନିକଙ୍କ ଦାବି

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ନେଇ ସାରା ଦେଶ ଚୀନକୁ ଦୋଷାରୋପ କରିବାରେ ଲାଗିଛି । ହେଲେ ବୁହାନରୁ ଏହା ବ୍ୟାପିବା ପୂର୍ବରୁ ଭାଇରସ୍ ଇଟାଲି ସମେତ ବିଶ୍ବର ଅନ୍ୟ କ୍ଷେତ୍ରରୁ ବ୍ୟାପିଥିବା ନେଇ ଚୀନ୍ ସରକାର ନିକଟ ଅତୀତରେ ଦାବି କରିଛି।

ଏହି ପରିପ୍ରେକ୍ଷୀରେ ଚୀନ୍ ବୈଜ୍ଞାନିକ ମାନେ ଦାବି କରିଛନ୍ତି ଯେ କରୋନା ଭାଇରସ୍ ଭାରତରୁ ହିଁ ପ୍ରଥମେ ବ୍ୟାପିଛି । ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା…

ଭାରତରେ ୨୦୧୯ ମସିହା ଗ୍ରୀଷ୍ମଦିନରେ କରୋନାର ଉତ୍ପତ୍ତି ହୋଇଛି –

ଚାଇନାର ଏକାଡେମୀ ଅଫ୍ ସାଇନ୍ସେସର ବୖେଜ୍ଞାନିକ ମାନେ କହିଛନ୍ତି ଯେ ସମ୍ଭବତଃ କରୋନା ଭାଇରସ୍  ଭାରତରେ ୨୦୧୯ ଗ୍ରୀଷ୍ମ ଋତୁରେ ସୃଷ୍ଟି ହୋଇଥିଲା । ପଶୁମାନଙ୍କ ଠାରୁ ଦୂଷିତ ଜଳ ମାଧ୍ୟମରେ କରୋନା ଜୀବାଣୁ ମଣିଷକୁ ବ୍ୟାପିଛି ବୋଲି ଏହି ଦଳ ଦାବି କରିଛି । ଏହା ପରେ ଏହି ଭୂତାଣୁ ବୁହାନରେ ପହଞ୍ଚିଥିଲା ​​ଯେଉଁଠାରେ ପ୍ରଥମେ ଏହାକୁ ଚିହ୍ନଟ କରାଯାଇଥିଲା ।

ବୖେଜ୍ଞାନିକମାନେ ଫେଲୋଜେନେଟିକ୍ ବିଶ୍ଲେଷଣ ପଦ୍ଧତି ବ୍ୟବହାର କରି ଦାବି କରିଛନ୍ତି ଯେ ବୁହାନରେ ମିଳିଥିବା କରୋନା ଭାଇରସ୍  ‘ପ୍ରକୃତ’ ଭାଇରସ୍ ନୁହେଁ। ବାଂଲାଦେଶ, ଆମେରିକା, ଗ୍ରୀସ୍, ଅଷ୍ଟ୍ରେଲିଆ, ଭାରତ, ଇଟାଲୀ, ଚେକ୍ ରିପବ୍ଲିକ୍, ଋଷ କିମ୍ବା ସର୍ବିଆରେ ଏହି ଭାଇରସର ଉତ୍ପତ୍ତି ହୋଇଥିବା ଉକ୍ତ ଯାଞ୍ଚରୁ ଜଣାପଡିଛି ।

ଯେହେତୁ ସର୍ବନିମ୍ନ ମ୍ୟୁଟେସନ୍ ନମୁନା ଚୀନର ପଡୋଶୀ ଦେଶ  ଭାରତ ଏବଂ ବାଂଲାଦେଶରେ ମିଳିଥିଲା । ସେଥିପାଇଁ ପ୍ରଥମେ ସଂକ୍ରମଣ ସେଠାରୁ ହୋଇଛି । ଏପରିକି ଭାଇରସ୍ ମ୍ୟୁଟେସନ୍ ପାଇଁ ଲାଗୁଥିବା ସମୟ ଓ ସେହି ଦେଶଗୁଡିକରୁ ନିଆଯାଇଥିବା ନମୁନାକୁ ଆଧାର କରି ଚୀନ୍ ବୖେଜ୍ଞାନିକମାନେ ଏଭଳି ଦାବି କରିଛନ୍ତି ।

ସେମାନେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ କରୋନାଭାଇରସ ପ୍ରଥମେ ୨୦୧୯ ମସିହା ଜୁଲାଇ କିମ୍ବା ଅଗଷ୍ଟ ମାସରେ ପ୍ରଥମେ ବ୍ୟାପିଛି ।

ତେବେ ଚୀନର ଏଭଳି ଦାବିକୁ ଅନ୍ୟ ବୖେଜ୍ଞାନିକମାନେ ଖଣ୍ଡନ କରିଛନ୍ତି। ବ୍ରିଟେନର ଗ୍ଲାସ୍ଗୋ ୟୁନିଭର୍ସିଟିର ବିଶେଷଜ୍ଞ ଡେଭିଡ ରୋବର୍ଟସନ ଡେଲି ମେଲକୁ ସୂଚନା ଦେଇ କହିଛନ୍ତି ଯେ ଚାଇନାର ଯାଞ୍ଚ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ । ଏହା ପ୍ରଥମ ଘଟଣା ନୁହେଁ ଯେ କରୋନା ଭାଇରସ୍ ଉତ୍ପତ୍ତି ନେଇ ବୁହାନ ବଦଳରେ  ଚୀନ୍ ଅନ୍ୟ ଦେଶ ଉପରକୁ ଆଙ୍ଗୁଳି ଉଠାଇନାହିଁ । ଏପରିକି ବିନା ପ୍ରମାଣରେ ଚୀନ୍ ଇଟାଲୀ ଏବଂ ଆମେରିକା ଉପରେ କରୋନାର ଉତ୍ପତ୍ତି ନେଇ ଅଭିଯୋଗ କରିଛି।

ଅପରପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟରୁ ଚାଇନାରୁ କରୋନାଭାଇରସ୍ ଉତ୍ପତ୍ତି ହୋଇଥିବା ଜଣାପଡିଥିଲା।

Latest Posts

Don't Miss