spot_img

Latest Posts

ତାଓ୍ବଙ୍ଗରେ ସଂଘର୍ଷ ପରେ ସ୍ଲିପିଂବ୍ୟାଗ ଓ ଯନ୍ତ୍ରପାତି ଛାଡ଼ି ପଳାଇଛି ଚୀନ୍ ସେନା

ତାଓ୍ବଙ୍ଗ: ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟଣା। ଘଟଣାସ୍ଥଳ ଛାଡି ପଳାୟନ କରିଥିବା ଚୀନ ସୈନ୍ୟ ଛାଡିଯାଇଛନ୍ତି କେତେକ ସ୍ଲିପିଂବ୍ୟାଗ, ଯନ୍ତ୍ରପାତି ଓ ଅନ୍ୟାନ୍ୟ ସାମଗ୍ରୀ। ଏଲଏସିର ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାବେଳେ ଚୀନ ସୈନ୍ୟ ନାନା ପ୍ରକାର ଶୀତପୋଷାକ ଆଣି ସେଠାରେ ଥିଲେ ବୋଲି ସୂଚନା ମିଳିଛି।

ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଚୀନର ପ୍ରାୟ ୩୦୦ ସୈନ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ୨୦୧୭ରେ ଭାରତ-ଭୁଟାନ ଓ ଡୋକଲାମଠାରେ ହୋଇଥିବା ବିବାଦ ପୁଣି ମୁଣ୍ଡ ଟେକିଛି। ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି ଯେ ଭୁଟାନର ଅଧିନରେ ଆସୁଥିବା ଡୋକଲାମ ଅଞ୍ଚଳକୁ ଚୀନ ନିଜ କବଜାକୁ ନେଇଯାଇଛି। ସେଠାରେ ପୋଲ, ସ୍ଥାୟୀ ଜନବସତି ସ୍ଥାପନ କରିଛି । ଏହି ସ୍ଥାନ ଟ୍ରାଇ-ଜଙ୍କସନଠାରୁ ମାତ୍ର ୯ କିଲୋମିଟର ଦୂରରେ ଅବସ୍ଥିତ ।

ସେଠାରେ ଚୀନ ବସାଇଥିବା ଗାଁର ନାଁ ରଖାଯାଇଛି ପାଙ୍ଗଡା। ଏହି ଗାଁକୁ ୨୦୨୦ରେ ତିଆରି କରାଯାଇଥିଲା। ୨୦୨୧ରେ ଏହାର ସଂପ୍ରସାରଣ କରାଯାଇଥିଲା। ଏହି ଅଞ୍ଚଳ ଭୁଟାନର ହୋଇଥିଲେ ବି ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ବେଶ ଚିନ୍ତାର କାରଣ ହୋଇଛି। କାରଣ ଚୀନ ସେଠାରେ କେବଳ ଜନବସତି ନୁହେଁ, ସେନାର ବ୍ୟବହାର ପାଇଁ ଟନେଲ, ଭାରିଯାନ ଯାଇପାରୁଥିବା ସଡ଼କ ଓ ହେଲିପ୍ୟାଡ ନିର୍ମାଣ କରିଛି। ପୁଣି ନିଜର ସୁରକ୍ଷା ପାଇଁ ଭୁଟାନ ଭାରତ ଉପରେ ନିର୍ଭରଶୀଳ ହୋଇଥିବାବେଳେ ଚୀନର ଏହି କାର୍ଯ୍ୟ ଭୁଟାନକୁ ଭୟଭୀତ କରିଛି।

Latest Posts

Don't Miss