ନବୀନ ପ୍ରେମୀଙ୍କ ନିଆରା ଶୁଭେଚ୍ଛା: ଚକୋଲେଟରେ ନିର୍ମାଣ କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମୂର୍ତ୍ତି, ରକ୍ତ ଦାନ ଶିବିର ମଧ୍ୟ ଅନୁଷ୍ଠିତ

ଭୁବନେଶ୍ୱର: ଚକୋଲେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ନବୀନ ପ୍ରେମୀ । ଦୀର୍ଘ ୧୫ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ନବୀନଙ୍କ ଜନ୍ମଦିନରେ ଏହି ନିର୍ମାଣ କାମ ଶେଷ ହୋଇଛି । ନବୀନ ପ୍ରେମୀଙ୍କ ଏକ ବଡ଼ ଟିମ ଏହି କାର୍ଯ୍ୟ କ୍ଲବ ଚକୋଲେଟ୍ କମ୍ପାନୀ ଦେଇଥିଲେ । ଯେପରି ଚକୋଲେଟ ପ୍ରସ୍ତୁତ ହୁଏ, ସେ ସବୁ ପ୍ରଣାଳୀକୁ ଜୀବନ୍ତ ରୂପ ଦେବାକୁ ନବୀନଙ୍କ ମୋବାଇଲ ଫୋନ ଫଟୋ ପାଖରେ ରଖାଯାଇଥିଲା । ପର୍ଯ୍ୟାୟକ୍ରମରେ ତାଙ୍କ ମୁଖରୁ ଅଣ୍ଟା ଯାଏ ପ୍ରତିମୂର୍ତ୍ତି କେବଳ ଚକୋଲେଟରେ ପ୍ରସ୍ତୁତ ହୋଇଥିଲା । ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଚକୋଲେଟ ପ୍ରତିମୂର୍ତ୍ତି ନିର୍ମାଣ କରି ନବୀନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଜଣାଇଛନ୍ତି ନବୀନଙ୍କ ଏହି ୟଙ୍ଗ ଫ୍ୟାନମାନେ ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ସେବା ମନୋବୃତ୍ତି ଓ ମହାନ ବ୍ୟକ୍ତିତ୍ୱ ବର୍ଣ୍ଣନା କରିବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଉପକାରିତା ସଂପର୍କରେ ଉଭୟ ବୁଝାଇଥିଲେ ।

Leave a Reply