spot_img

Latest Posts

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲା: କ୍ରିଷ୍ଟିଆନ ମିସେଲ ଜେମସଙ୍କୁ ଜେଲରୁ ମୁକ୍ତ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲା: କ୍ରିଷ୍ଟିଆନ ମିସେଲ ଜେମସଙ୍କୁ ଜେଲରୁ ମୁକ୍ତ କରିବାକୁ ଦିଲ୍ଲୀ କୋର୍ଟଙ୍କ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ବହୁଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କ୍ରୟ ଦୁର୍ନୀତି ମାମଲାରେ ଅଭିଯୁକ୍ତ କ୍ରିଷ୍ଟିଆନ ମିସେଲ ଜେମସଙ୍କୁ ବଡ଼ ଆସ୍ବସ୍ତି । ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ତାଙ୍କୁ ହେପାଜତରୁ ମୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ତାଙ୍କ ବିରୋଧରେ ଆଉ ଏକ ମାମଲା ଥିବାରୁ ସେ ସିବିଆଇ ହେପାଜତରେ ରହିବେ ।

ବେଆଇନ ଅର୍ଥ କାରବାର ମାମଲାରେ ସେ ସର୍ବାଧିକ ୭ ବର୍ଷ ଜେଲରେ ରହିଥିବାରୁ ତାଙ୍କୁ ଏବେ ମୁକ୍ତି ଦରକାର ବୋଲି ଆବେଦନ କରିଥିଲେ ଜେମସ । ପୂର୍ବରୁ ତାଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ । କୋର୍ଟଙ୍କ ଏହି ରାୟଙ୍କୁ ସ୍ବାଗତ କରିଛନ୍ତି ଜେମସ । ଆସନ୍ତା ୨୨ ତାରିଖରେ କୋର୍ଟ ନିକଟରେ ଉତ୍ତର ରଖିବ ସିବିଆଇ ।

ମାମଲାର ବିଚାର ବେଳେ ଜେମସଙ୍କ ଓକିଲ ଅଲଜୋ କେ. ଯୋଶେଫ ଦର୍ଶାଇଥିଲେ, ଗତ ୧୨ ବର୍ଷ ଧରି ମାମଲାର ବିଚାର ଚାଲିଥିଲେ ବି ତଦନ୍ତ ଶେଷ ହୋଇନାହିଁ । ସେପଟେ ଗତ ୭ ବର୍ଷ ଧରି ହାଜତରେ ରହିଛନ୍ତି ଜେମସ । ୩, ୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତିକୁ ନେଇ ଗତ ୨୦୧୩ରେ ମାମଲା ରୁଜୁ କରିଥିଲା ସିବିଆଇ । ଏହି ଘଟଣାରେ ୨୦୦ କୋଟି ଟଙ୍କାର କିକବ୍ୟାକ ହୋଇଥିବା ଅଭିଯୋଗ ହୋଇଥିଲା ।

Latest Posts

Don't Miss