ପୂରୁଣା ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବାରିପଦା: ପୁରୁଣା ଭିଡିଓ ଭାଇରଲକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ବାରିପଦା ଟାଉନ ଥାନା ରଘୁନାଥପୁର ଅଞ୍ଚଳରେ ଘଟିଛି ଅଘଟଣ । ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର ୫୦ରୁ ଅଧିକ ଯୁବକ ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ଏକ ବସ୍ତିରେ ଅତର୍କିତ ଆକ୍ରମଣ କରିଥିଲେ । ବାଇକ ଯୋଗେ ଆସି ଯୁବକ ମାନେ ହାତରେ ମାରଣାସ୍ତ୍ର ଧରି ଆକ୍ରମଣ କରିବାରୁ ୬ରୁ ଅଧିକ ଯୁବକ ଆହତ ହୋଇଛନ୍ତି । ଜଣଙ୍କ ଅବସ୍ଥା ସଂକଟାନ୍ନ ଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚିବା ପରେ କିଛି ଗଣ୍ଡଗୋଳକାରୀ ଯୁବକମାନେ ପଳାଇଯାଇଥିଲେ । ଏବେବି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।