ହରିୟାଣାରେ ଲୁଟ, ଓଡିଶାରେ ତୁମୁଳକାଣ୍ଡ

ବାଲେଶ୍ୱର: ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ । ଗ୍ରାମବାସୀ ଓ ପୋଲିସ ମଧ୍ୟରେ ମୁହାଁ ମୁହିଁ ସ୍ଥିତି । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ପରିସରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ 2021 ମସିହାରେ ଷଠି ଅଞ୍ଚଳର ଲିପୁ ରାଉତ ହରିଆଣାର ଏକ ଘରୋଇ କମ୍ପାନୀରୁ 70 ରୁ 80 ଲକ୍ଷ ଟଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା ।

ସେହି ଘଟଣାରେ ହରିୟାଣା ପୋଲିସ ତଦନ୍ତ ଚଳାଇଥି୍ବାବେଳେ ଆଜି ବାଲେଶ୍ୱରର ଉକ୍ତ ଗାଁରେ ପହଞ୍ଚିଥିଲା  । ଅଭିଯୁକ୍ତ ଲିପୁକୁ ଥାନାକୁ ଉଠାଇ ଆଣିଥିଲା ପୋଲିସ  । ଏହାକୁ ନେଇ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ହାତାହାତି ହୋଇଛନ୍ତି ଗ୍ରାମବାସୀ ଓ ହରିଆଣା ପୋଲିସ । ହରିଆଣା ପୋଲିସ ମଧ୍ୟ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ସେପଟେ ସଦର ଏସଡିପିଓ ଥାନାରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ରହିଛି ।

Leave a Reply